Home ଓଡ଼ିଶା ବାହୁଡ଼ାଯାତ୍ର ପୂର୍ବରୁ ବୋଲଗଡ଼ ବ୍ଲକର ପାଟପୁର ଶାସନ ପଞ୍ଚାୟତର ଏକ ହଜାରଲୋକଙ୍କ ପାଇଁ : ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ କଲେ – ଅପରାଜିତା ଷଡ଼ଙ୍ଗୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବେଗୁନିଆ ଡାବରଧୁଆ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଉଦଘାଟନ କଲେ – ଭୁବନେଶ୍ବର ସାଂସଦ ବେଗୁନିଆ ବିଡ଼ିଓ କାର୍ଯ୍ୟାଳୟରେ 53 ଲକ୍ଷ୍ୟ ଟଙ୍କାରେ ସାମୁହିକ କୋଚିଂ ସେଣ୍ଟର ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କଲେ – ଭୁବନେଶ୍ବର ସାଂସଦ ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ବେଗୁନିଆରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କରକମଳରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ ହୋଇଛି । ଡ଼ାବରଧୁଆ ପଞ୍ଚାୟତରେ 46 ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଉଦଘାଟନ କରିଛନ୍ତି ସାଂସଦ । ଦୀର୍ଘଦିନ ଧରି ପଞ୍ଚାୟତବାସୀ ଭଲ ସ୍ବାସ୍ଥ୍ୟ ସେବା ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଥିଲା । ବିଶେଷ କରି ଭୁବନେଶ୍ବରରେ ଥିବା ଡାକ୍ତରଖାନା ଉପରେ ପଞ୍ଚାୟତବାସୀ ନିର୍ଭର କରୁଥିଲେ । ତେବେ ନୂତନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ବାରା ସମସ୍ୟାର ସମାଧାନ ହୋଇଛି । 9ଟି ଗାଁ ପାଖାପାଖି 10 ହଜାର ଏହା ଦ୍ବାରା ଉପକୃତ ହେବେ । ଅତି ପାଖରୁ ଲୋକମାନେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପାଇପାରିବେ। ରକ୍ତହୀନତା, ମ୍ୟାଲେରିଆ, ଡେଙ୍ଗୁ, ହେପାଟାଇଟ-ବି, ଟିବି ଭଳି ରୋଗର ଚିକିତ୍ସା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ହୋଇପାରିବ । ସେହିପରି ବୋଲଗଡ଼ ବ୍ଲକର ପାଟପୁର ଶାସନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣର ଶୁଭ ଉଦଘାଟନ ହୋଇଛି । ଏକ ହଜାର ଘରକୁ ଜଳ ଯୋଗାଣ ଫଳରେ ଅଞ୍ଚଳର 7 ହଜାର ଲୋକ ଉପକୃତ ହେବେ । ଅନେକ ଦିନ ଧରି ଲୋକମାନେ ପାନୀୟ ଜଳ କଷ୍ଟ ଭୋଗୁଥିଲେ । ଏ ବିଷୟରେ ସାଂସଦ ଅବଗତ ହେବା ପରେ ଜଳ କଷ୍ଟ ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ବାହାର କରିଥିଲେ । ଏବେ ତାହା ବାସ୍ତବ ରୂପ ନେଇଛି ଏବଂ ଅଞ୍ଚଳ ବାସୀଙ୍କ ପାନୀୟ ଜଳ କଷ୍ଟ ଦୂର ହୋଇଛି । ତେବେ ଆଗକୁ 267 କୋଟି ଟଙ୍କା ବ୍ୟୟରେ 337ଟି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆହୁରି ମଧ୍ୟ ବୋଲଗଡ଼ ଏବଂ ବେଗୁନିଆରେ ଜଳ ଯୋଗାଣ ପାଇଁ 7ଟି ମେଗା ପ୍ରକଳ୍ପର ଯୋଜନା ରହିଛି । ଏଥିପାଇଁ 1093 କୋଟି ଟଙ୍କା ଖର୍ଚ୍ଚ ହେବ । ତେବେ ପ୍ରକଳ୍ପ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ବର ସାଂସଦ । ଏଥିସହିତ ବେଗୁନିଆରେ ଏକ ସାମୁହିକ ପାଠାଗାର ଏବଂ କୋଚିଂ ସେଣ୍ଟରର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଏଠାରେ ଆଇଏସ୍ ଏବଂ ଆଇପିଏସ ପାଇଁ କୋଚିଂ ଦିଆଯିବ । ତେବେ କୋଚିଂ ସେଣ୍ଟରର ଭିତିପ୍ରସ୍ତର ସ୍ଥାପନ କରି ଖୁସି ବ୍ୟକ୍ତ କରିଛନ୍ତି ସାଂସଦ । କୋଚିଂ ସେଣ୍ଟର କାର୍ଯ୍ୟକ୍ଷମ ହେଲେ ଅନେକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷିତ ହୋଇ ଅଞ୍ଚଳ ପାଇଁ ସୁନାମ ଆଣିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ସାଂସଦଙ୍କ ପ୍ରତିନିଧୀ ବିଦ୍ୟୁତ କାଣ୍ଡି, ଅଧିକ୍ଷଣ ଯନ୍ତ୍ରୀ ରଶ୍ମିତା ଦାଶ, ବୋଲଗଡ଼ ଏବଂ ବେଗୁନିଆର ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ନୟାଗଡ଼ ଜିଲ୍ଲାବାସୀଙ୍କ ନୀରବ ସମର୍ଥନ ପାଇଁ ବନ୍ଦ ସମ୍ପୂର୍ଣ୍ଣ ସଫଳ : ଇଣ୍ଡିଆ ମେଣ୍ଟ by Proprietor Abhimanyu Maharana October 8, 2026 ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 Chief Minister warmly felicitates Silver Gandhi by Proprietor Abhimanyu Maharana October 8, 2026 ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026