ଓଡିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ରବିବାର ) ପଦ୍ମପୁର :- ଗର୍ଭବତୀ ମହିଳା ମାନେ ସୁବିଧାରେ ତଥା ବିନାମୂଲ୍ୟରେ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବା ପାଇଁ ସରକାର ଜନନୀ ଏକ୍ସପ୍ରେସ ମାନ ଚଲାଉଛନ୍ତି । ହେଲେ କେତେକ ସ୍ଥାନକୁ ରାସ୍ଥା ନଥିବା କାରଣରୁ ଏହି ଗାଡି ଗୁଡିକ ପଂହଁଚି ପାରୁନାହିଁ ଯାହା ଫଳରେ ଗର୍ଭବତୀ ମହିଳା ମାନଙ୍କୁ ବୁହା ହୋଇ କିମ୍ବା ଚାଲି ଚାଲି ଆମ୍ବୁଲାନ୍ସ ପର୍ଯ୍ୟନ୍ତ କିମ୍ବା ଡାକ୍ତରଖାନା ପର୍ଯ୍ୟନ୍ତ ଯିବାକୁ ପଡୁଛି । ତେଣୁ ନାକ ଥିଲା ବେଳକୁ ନୋଥ ନାହିଁ , ଆମ୍ବୁଲାନ୍ସ ଥିଲା ବେଳକୁ ରାସ୍ତା ନାହିଁ |
ଏଭଲି ଅଭାବବନୀୟ ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଭେଙ୍ଗରାଜପୁର ପଂଚାୟତ ଝେଙ୍ଗନାଡିହି ଗ୍ରାମର ସୁରୁଙ୍ଗିନାଲି ପଡା । ହେଲେ ଆଉ କେତେଦିନ ଚାଲିବ ଏ ପ୍ରହସନ , ଆଉ କେତେଦିନ ମା ଭଉଣୀମାନେ ଏମିତି ହନ୍ତସନ୍ତ ହେଉଥିବେ ! ସରକାର ଏତେ ଯୋଜନା କରୁଛନ୍ତି, ଜେଲଏ ଯୋଜନା ଯାହା ପାଇଁ ତା ହାତ ପାଆନ୍ତାରେ ଯଦି ତାହା ନପହଁଚି ପାରିଲା, ତେବେ ସେ ଯୋଜନା ଥାଇ ନଥିବା ଭଳି । ସୂଚନା ଅନୁସାରେ ଝେଙ୍ଗନାଡିହି ଗ୍ରାମର ସୁରୁଙ୍ଗିନାଲି ପଡା ଗ୍ରାମରୁ ପ୍ରାୟ ଏକ କିମି ଦୂରରରେ ଅବସ୍ଥିତ । ଏହି ପଡାରେ ଦୀର୍ଘ ୨୨ ବର୍ଷ ହେଲାଣି ୧୫ ଗୋଟି ପରିବାର ବସବାସ କରୁଛନ୍ତି ।
ହେଲେ ପଡାରେ ପକ୍କାରାସ୍ଥା ନଥିବା କାରଣରୁ ବର୍ଷାଦିନ ଏଠାକାର ଲୋକେ ବହୁ ଅସୁବିଧା ସମ୍ମୁଖିନ ହୋଇଥାନ୍ତି । ଏହି ସୁରଙ୍ଗିନାଲା ପଡାର ସୁମତି ସାହୁ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ରଖାନାକୁ ଯିବା ପାଇଁ ରାଜ୍ୟ ସରକାରଙ୍କ ଜନନୀ ଏକପ୍ରେସ ବା ୧୦୨ କୁ ଫୋନ ଯୋଗେ ଡକାଯାଇଥିଲା । ହେଲେ କାଦୁଅ ପଚପଚ ରାସ୍ଥା ଯୋଗୁଁ ଆମ୍ବୁଲାନ୍ସ ପଡା ଭିତରକୁ ପଶି ପାରିନଥିଲା ତେଣୁ ବାଧ୍ୟ ହୋଇ ଗର୍ଭ ଯନ୍ତ୍ରଣା ଅନୁଭବ କରୁଥିବା ମହିଳା ପ୍ରାୟ ଏକ କିମି କାଦୁଅ ପଚପଚ ରାସ୍ଥାରେ ଚାଲିଚାଲି ଆମ୍ବୁଲାନ୍ସ ପାଖକୁ ଯାଇଥିଲେ ଏବଂ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ଯାଇଥିଲେ ଏବଂ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇଥିଲେ ।
