ସିଏମସି ,୫୮ ନମ୍ବର ୱାର୍ଡରେ ଡେଙ୍ଗୁ ମେଲେରିଆ ସଚେତନତା ରାଲି 

କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମହାନଗର ନିଗମ ୫୮ ନମ୍ବର ୱାର୍ଡର ରେ ଶୁକ୍ରବାର ଦିନ କଟକ ସହରାଞ୍ଚଳ ବମ୍ଫକୁଦ ସ୍ଵାସ୍ଥ୍ୟ ‌ କେନ୍ଦ୍ର ଆନୁକୁଲ୍ୟରେ ଡେଙ୍ଗୁ ଓ ମେଲେରିଆରୁ ରକ୍ଷା ପାଇବା ପାଇଁ ଏକ ସ୍ୱାସ୍ଥ୍ୟ ସଚେତନତା ରାଲି କୁମ୍ଭରାଜପୁର‌ ଗ୍ରାମର ବ୍ରହ୍ମେଶ୍ଵର ମହାଦେବ ମନ୍ଦିର ପରିସରରୁ‌ ଆରମ୍ଭ ହୋଇଥିଲା । ଉକ୍ତ ସଚେତନତା ରାଲିକୁ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ପତାକା ଦେଖାଇ ଉଦଘାଟନ କରିଥିଲେ ।

ଏହି ସଚେତନତା ରାଲି କୁମ୍ଭରାଜପୁର, ନୂଆଗଡ , ଜ୍ୟୋସ୍ନା ବିହାର, ଭାଣପୁର,, ପ୍ରତାପନଗରୀ ହୋଇ ନୂଆଗଡ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପରିସରରେ ଶେଷ ହୋଇଥିଲା । ଆୟୋଜିତ ସଚେତନତା ରାଲିରେ ୫୮ ନମ୍ବର ୱାର୍ଡର ସମସ୍ତ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ମାସ୍ କର୍ମୀ ଏନ ଏମ ଦିଦି ,

ସ୍ଵାଛସାଥୀ, ଜଳସାଥୀ, ୱ।ର୍ଡ ଅଫିସର ଚିତ୍ତରଞ୍ଜନ ପରିଡ଼ା, ପ୍ରମୁଖ ୱ।ର୍ଡରେ ବିଭିନ୍ନ ଗ୍ରାମର ସାହି ପରିକ୍ରମା କରି ‌ଲୋକମାନଙ୍କୁ ମେଲେରିଆ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଘର ପାଖରେ ଅଳିଆ ଆବର୍ଜ୍ଜନା ନକରି ସଫାସୁତୁରା ରଖିବା, ରାତିରେ ମଶାରୀ ଟାଙ୍ଗୀ ଶୋଇବା ,

ଘରର ଛାତ ଉପରେ ଭଙ୍ଗା ଜିନିଷରେ ବର୍ଷ। ପାଣି ଜମି ବାକୁ ନଦେବା ବିଷୟରେ ବୁଝାଇଥିଲେ । ଆଶା କର୍ମୀ ‌ବିନତା ରାଉତ, ସ୍ବଛ ସାଥୀ ସୁଚିତ୍ରା ପତି, ଝରଣା ରାଉତ ପ୍ରମୁଖ ସମସ୍ତ ଆଶାକର୍ମୀ ଲୋକମାନଙ୍କୁ ଡେଙ୍ଗୁ ମେଲେରିଆ ଠାରୁ ‌କିପରି‌ ରକ୍ଷା ପାଇଁ ହେବ ସେନେଇ ଲୋକମାନଙ୍କୁ ବୁଝାଇଥିଲେ ।

Exit mobile version