ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତର ପ୍ରମୁଖ ସିମେଂଟ ଉତ୍ପାଦନକାରୀ ଡାଲମିଆ ଭାରତ ଲିମିଟେଡ (ଡିବିଏଲ) ପକ୍ଷରୁ ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନର ୪ର୍ଥ ସଂସ୍କରଣ ପାଳନ କରାଯାଇଛି । ଜୁନ ୨୭ ତାରିଖରୁ ଜୁଲାଇ ୫ ତାରିଖ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ରଥଯାତ୍ରା ସମୟରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ହେଉଛି କମ୍ପାନୀର ପ୍ରମୁଖ ଅଭିଯାନ ‘ସାଲ୍ୟୁଟିଙ୍ଗ ଦି ଏକ୍ସପର୍ଟ’ର ଏକ ପ୍ରମୁଖ ଅଂଶ । ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ ପ୍ରତିଷ୍ଠିତ ଶିଳ୍ପକାରମାନଙ୍କର ଅସାଧାରଣ କାରିଗରୀକୁ ସ୍ୱୀକୃତି ପ୍ରଦାନ କରିଥାଏ, ଯାହା ସେମାନଙ୍କୁ ରଥ ନିର୍ମାଣ ଓ କାରିଗରୀର ସମ୍ମାନିତ କ୍ଷେତ୍ରରେ ପ୍ରକୃତ ବିଶେଷଜ୍ଞ ଭାବେ ମାନ୍ୟତା ଦେଇଥାଏ ।
ଓଡିଶା ଓ ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି ନିଜର ଦୀର୍ଘକାଳିନ ପ୍ରତିବଦ୍ଧତାକୁ ବଜାୟ ରଖି ଚଳିତ ବର୍ଷ ଡାଲମିଆ ଭାରତ ପକ୍ଷରୁ ୪ ଜଣ ବିଶିଷ୍ଟ ଶିଳ୍ପକାର ରଘୁନାଥ ସୁବୁଦ୍ଧି, ରମେଶ ମହାପାତ୍ର, ବାବନା ମହାରଣା ଓ କାର୍ତିକ ଭୋଇଙ୍କୁ ତାଙ୍କର ଚମତ୍କାର କାରିଗରୀ ଓ ଏହି ପବିତ୍ର ପରମ୍ପରା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି । ବରିଷ୍ଠ କାରିଗର ଓ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ସମ୍ମାନିତ ଜୁରୀ ଦ୍ୱାରା ଏହି ଦକ୍ଷ କାରିଗରମାନଙ୍କର ଚୟନ କରାଯାଇଥିଲା ଏହି ଜୁରୀରେ ମୁଖ୍ୟ ଶିଳ୍ପକାର ଶ୍ରୀ ବିଜୟ ମହାପାତ୍ର, ନୁରୁସିଂହ ମହାପାତ୍ର ଓ ନାରାୟଣ ମହାରଣା ସାମିଲ ଥିଲେ ।
