ସଂକୀର୍ତ୍ତନ ଗିନି ଝାଞ୍ଜ ଶଦ୍ଦରେ କମ୍ପୁଛି ଶରଧାବାଲି

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଏବେ ଶରଧାବାଲିରେ ଭକ୍ତଙ୍କ ଗହଳି ଜମୁଛି । ସଂକୀର୍ତ୍ତନ ମେଳ ଶରଧାବାଲିରେ ସଂକୀର୍ତ୍ତନ କରିବା ସହ ଝାଞ୍ଜ, ମୃଦଙ୍ଗ, ଗିନି ବଜାଉଛନ୍ତି । ସେହି ଶଦ୍ଦରେ ନାକଚଣା ଦ୍ବାରରେ ଲାଗିଥିବା ତିନିରଥର ଆଗରେ ଧାର୍ମିକ ବାତାବରଣ ସୃଷ୍ଟି ହେଉଛି । ଜଗବନ୍ଧୁ ହୋ ତୁମ୍ଭ ବିଚିତ୍ର ଲୀଳା , କାହାକୁ ହସାଅ କାହାକୁ କନ୍ଦାଉ, କାହାକୁ ମଝି ଦରିଆରେ ଭାସାଉ ଭଜନ ବୋଲି ଭକ୍ତିର ସହ ନୃତ୍ଯ କରୁଥିବା ଦେଖିବାକୁ ମିଳିଛି ।

ସବୁଠାରୁ ଆକର୍ଷଣୀୟ ହେଉଛି ମହିଳାଙ୍କ ସଂକୀର୍ତ୍ତନ । ସେମାନେ ଭଜନକୀର୍ତ୍ତନ ସହ ଭକ୍ତିରେ ମଜିଯାଇଥିବା ଦୃଶ୍ୟମାନ ହୋଇଛି । ଜଗନ୍ନାଥଙ୍କ ମହିମା ଗାନ କରିବା ସହ ଶ୍ରଦ୍ଧାରେ ଶରଧାବାଲିରେ ଠାକୁରଙ୍କ ପାଖରେ ସମର୍ପିତ ହୋଇ ଘଣ୍ଟା ଘଣ୍ଟା ସଂକୀର୍ତ୍ତନ କରୁଛନ୍ତି । ଶ୍ରଦ୍ଧାଳୁ ମାନେ ଏହି ସଂକୀର୍ତ୍ତନ ଦେଖି ଭାବବିହ୍ବଳ ହୋଇପଡିଛନ୍ତି ।

Exit mobile version