ଡାହୁକ ଡାକିଲା ହୋ ଭଗତେ….

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍)  :- ଡାହୁକ ଡାକିଲା ହୋ ଭଗତେ……ହୋ ଭଗତେ…….ରଥ ଚାଲେ ଘୁଁ, ଚକ ଚାଲେ ଘୁଁ କହିବା ପରେ ଶ୍ରଦ୍ଧାଳୁମାନେ ରଥ ଟାଣନ୍ତି । ରଥଘୋଡା ଉପରେ ଡାହୁକ ଠିଆ ହୋଇ ଲମ୍ବା ବେତ ହଲାଇ ଭକ୍ତଙ୍କୁ ଉତ୍ସାହିତ କରିବା ସହ ରଥ ମୋଡ ସମ୍ପର୍କରେ ବେତ ହଲାଇଥାଆନ୍ତି । ଡାହୁକ ପୁରାତନ ଓ ବଂଶାନୁକ୍ରମିକ । ଶ୍ରୀଗୁଣ୍ଡିଚା, ଦକ୍ଷିଣମୋଡ ଓ ବାହୁଡ଼ାଦିନ ଡାହୁକଙ୍କ ସେବା ରହିଛି ।

ଡାହୁକ ସେବକ ମାନେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆଷାଢ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକମାସ ଧରି ସଂକଳ୍ପ କରିବା ସହ ହବିଷ୍ୟାନ୍ନ ପାଳନ କରିଥାନ୍ତି । ପିଢି ପରେ ପିଢି ଡାହୁକ ମାନେ ଯୋଗାଉଛନ୍ତି । ଡାହୁକ ପକ୍ଷୀ ରାବ ଦେଲେ ବର୍ଷା ଆସେ । ରଥ ଡାହୁକ ଡାକଦେଲେ ରଥଚାଲେ । ପ୍ରତି ରଥରେ ଦୁଇଜଣ ଡାହୁକ ସେବା କରନ୍ତି । ଡାହୁକ ସେବକ ମାନେ ନିଷ୍ଠା ଓ ଶ୍ରଦ୍ଧାର ସହ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରରେ ସାମିଲ ଅଛନ୍ତି ।

Exit mobile version