ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଅନୁନ୍ନତ ଅଂଚଳ ଗୁଡିକର ବିକାଶ ନିମନ୍ତେ ସରକାର ଙ୍କ ଉଦ୍ୟମକୁ ସଫଳ କରିବାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକର ଭୂମିକା ଗୁରୁତ୍ୱ ବହନ କରୁଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜିବିକା ର ଉନ୍ନତି ପାଇଁ ଆଗାମି ଦିନ ମାନଙ୍କରେ ନୂଆ ନୂଆ ଅନୁଷ୍ଠାନ ସୃଷ୍ଟି ହେବା ର ସମ୍ଭାବନା ରହିଛି । ଏହାକୁ ଆଖି ଆଗରେ ରଖି ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଙ୍ଘ ଦ୍ୱାରା ସ୍ୱାତୀ ଅନୁଷ୍ଠାନ ଙ୍କ ବନ୍ଧଗଡ ସ୍ଥିତ ତାଲିମ କେନ୍ଦ୍ରରେ “ଅନୁଷ୍ଠାନ ପଞିକରଣ ପ୍ରକ୍ରିୟା” ବିଷୟରେ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନରୁ ୨୦ ରୁ ଅଧିକ ଅଂଶଗ୍ରହଣ କରିଥଲେ ।

