Home ଓଡ଼ିଶା ଦୁର୍ଭାଗ୍ୟର କଥା ଚାଷୀଙ୍କର ଲକ୍ଷାଧିକ କ୍ୱିଣ୍ଟାଲ ଧାନ ଏପର୍ଯ୍ୟନ୍ତ ବିକ୍ରି ନହୋଇ ପଡ଼ିରହିଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଚଳିତ ବର୍ଷ ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କଠାରୁ ରାଜ୍ୟ ସରକାର ରବି ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଚାଷୀଙ୍କର ଲକ୍ଷାଧିକ କ୍ୱିଣ୍ଟାଲ ଧାନ ଏପର୍ଯ୍ୟନ୍ତ ବିକ୍ରି ନହୋଇ ପଡ଼ିରହିଛି । ସରକାର କହିଥିଲେ, ଯେଉଁ ଚାଷୀଙ୍କର ବଳକା ଧାନ ମଣ୍ଡିରେ ବିକ୍ରି କରିବାକୁ ପଞ୍ଜିକରଣ ହୋଇଛି, ଏଥିପାଇଁ ଜାରି ହୋଇଥିବା ଟୋକନ ଲାପ୍ସ କରିବ ନାହିଁ । ଆବଶ୍ୟକ ସ୍ଥଳେ ଟୋକନର ଅବଧି ମଧ୍ୟ ବୃଦ୍ଧି କରାଯିବ । କିନ୍ତୁ ଦୁର୍ଭାଗ୍ୟର କଥା, ଅଚାନକ ଭାବେ ରାଜ୍ୟ ସରକାର ଜୁନ ୩୦ ତାରିଖ ଧାନ ବିକ୍ରି ଲାଗି ପଞ୍ଜିକରଣର ଶେଷ ଦିନରେ ଆଇସ୍କାନ କରି ଧାନ କିଣିବା ପାଇଁ ଘୋଷଣା କରୁଛନ୍ତି । ରାଜ୍ୟ ସରକାରଙ୍କର ଏପରି ଚାଷୀମାରଣ ନୀତି ପାଇଁ ଓଡ଼ିଶାର ହଜାର ହଜାର ଚାଷୀ ଏବେ ହନ୍ତସନ୍ତ ହେଉଛନ୍ତି । ଏଭଳି ନିଷ୍ପତ୍ତି ଚାଷୀଙ୍କ ପ୍ରତି ଅତ୍ୟନ୍ତ ବେପରୁଆ ମନୋଭାବ ପୋଷଣ ସାଙ୍ଗକୁ ଘୋର ପ୍ରତାରଣା କହିଲେ ଭୁଲ ହେବନାହିଁ । ଚାଷୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥିପ୍ରତି ତୁରନ୍ତ ପଦକ୍ଷେପ ନିଅନ୍ତୁ । ରବି ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ସମସ୍ତ ଚାଷୀମାନଙ୍କ ବଳକା ଧାନ ସରକାର କ୍ରୟ କରନ୍ତୁ । ଲାପ୍ସ ହୋଇଥିବା ଟୋକନର ଅବଧି ବୃଦ୍ଧି କରାଯିବା ସାଙ୍ଗକୁ ଧାନ କ୍ରୟ ସୀମା ମଧ୍ୟ ବୃଦ୍ଧି କରାଯାଉ। ଯାହା ଫଳରେ ଓଡ଼ିଶାର ଚାଷୀ ଭାଇଭଉଣୀମାନେ ଆଶ୍ୱସ୍ତ ହେବା ସହ ବହୁତ ଉପକୃତ ହେବେ । Categories: ଓଡ଼ିଶା, ପଂଚାୟତ ନିର୍ବାଚନ, ହୋମ୍ Related Content ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026 ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026