ମାଞ୍ଚେଷ୍ଟର (ଓଡ଼ିଶା ତାଜା ନ୍ୟୁଜ୍) :- ଇଂଲଣ୍ଡର ମାଞ୍ଚେଷ୍ଟର ମହାନଗରୀଠାରେ ପଞ୍ଚମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଚାରି ଦିଅଁ ବିରାଜମାନ କରୁଥିବା ଗୀତା ଭବନକୁ ବେଶ ଚିତ୍ତାକର୍ଷକ ଭାବରେ ସଜା ଯାଇଥିବା ଦେଖା ଯାଇଥିଲା । ଏଠାରେ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ ସକାଳୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ରୀତିନୀତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା ।

