Home ଓଡ଼ିଶା ଓଏଏସ୍ ସଂଘର ସମୂହ ଛୁଟି ପ୍ରଭାବ : ସମଗ୍ର ଜିଲ୍ଲାର ବ୍ଲକ ଓ ତହସିଲ ଅଫିସରେ କାମ ଠପ୍ – ଲୋକେ ହନ୍ତସନ୍ତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ ଆୟୁକ୍ତଙ୍କୁ ମାଡ ଘଟଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଓଏଏସ ସଂଘର ପ୍ରତିବାଦ ଜାରି ରହିଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଓଏଏସ ସଂଘ । ଫଳରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଫିସ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଘଟଣା ପଛରେ ଥିବା ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିବାକୁ ଦାବି କରିଛି ସଂଘ। ଏହାର ପ୍ରତିଫଳନ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ଼ ତହସିଲରେ ଦେଖିବାକୁ ମିଳିଛି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଡିଓ ଏବଂ ତହସିଲଦାର କାର୍ଯ୍ୟରେ ଯୋଗ ନ ଦେବା ଯୋଗୁଁ ଅଫିସ ରେ କିଛି ମଧ୍ୟ କାମ ହୋଇପାରୁନି । ଯାହା ଫଳରେ ବିଭିନ୍ନ ଉନୟନମୂଳକ କାମ ଠପ୍ ହୋଉପଡ଼ିଛି, ଯେପରି ଆବାସ ଯୋଜନା, ବିଭିନ୍ନ ଫାଇଲରେ ଦସ୍ତଖତ ଭଳି ବିଭିନ୍ନ ଉନୟନମୂଳକ କାମ । ସାଧାରଣ ଜନତାଙ୍କ ଅଭିଯୋଗକୁ କେହି ଗ୍ରହଣ କରୁନାହାନ୍ତି । ଏପରିକି ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଧିକାରୀ ମାନେ ଆସି ଅଫିସରେ ବୁଲୁଥିବା ବେଳେ ନିଜ ନିଜ ଟେବୁଲଗୁଡିକ ଫାଙ୍କା ପଡୁଛି । ସେମାନଙ୍କ ଉପରେ ରୋକ ଲଗାଇବାକୁ କେହି ନାହାନ୍ତି ଏବଂ ଅଭିଯୋଗ ଗ୍ରହଣ କରିବାକୁ ମଧ୍ୟ କେହି ରାଜି ହେଉ ନଥିବା ଦୃଷ୍ଟିଗୋଚର ହୋଇଛି । ସେହିପରି ତହସିଲରେ ନାମଜାରୀ, କିସମ ପରିବର୍ତନ, ଆୟ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର, ଠିକଣା ପ୍ରମାଣ ପତ୍ର ମଧ୍ୟ ଜନତାଙ୍କୁ ମିଳି ପାରୁନି। ସତେ ଯେପରି ମୁରବୀଶୂନ୍ୟ ହୋଇଯାଇଛି ଅଫିସ୍ । ଏବେ ଛାତ୍ରଛାତ୍ରୀ ମାନଙ୍କର ନାମଲେଖା ହେଉଛି, କିନ୍ତୁ ଅଫିସରେ ଅଧିକାରୀ ଙ୍କ ଅନୁପସ୍ଥିତ କାରଣରୁ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ପ୍ରତ୍ୟେକ ବ୍ଲକ ଏବଂ ତହସିଲରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ସାଧାରଣ ଜନତା ଆସି କେବଳ ଖର୍ଚ୍ଚାନ୍ତ ହୋଇ ଫେରୁଛନ୍ତି। ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତୁରନ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ କାର୍ଯ୍ୟରେ ଯୋଗଦେବାକୁ ଅଞ୍ଚଳବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଓଡ଼ିଶାରେ ଉନ୍ନତ ଡାଇଗ୍ନୋଷ୍ଟିକ୍ ସେବାର ସମ୍ପ୍ରସାରଣ ପାଇଁ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ଏବଂ ପ୍ରୋଲାଇଫ୍ ଡାଇଗ୍ନୋଷ୍ଟିକ୍ସ ମଧ୍ୟରେ ରଣନୈତିକ ଯୌଥ ଉଦ୍ୟୋଗ ଗଠନ by Proprietor Abhimanyu Maharana September 25, 2026 Neuberg Diagnostics and ProLife Diagnostics Form Strategic Joint Venture to Expand Advanced Diagnostics across Odisha by Proprietor Abhimanyu Maharana September 25, 2026 स्वच्छता ही सेवा एवं स्वच्छता पखवाड़ा-2026 by Proprietor Abhimanyu Maharana September 25, 2026 स्वच्छता ही सेवा एवं स्वच्छता पखवाड़ा - 2026 by Proprietor Abhimanyu Maharana September 25, 2026 दक्षिण पूर्व रेलवे ने माल ढुलाई में दर्ज की उल्लेखनीय वृद्धि by Proprietor Abhimanyu Maharana September 25, 2026 ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଶୁଭାରମ୍ଭ ଏବଂ ୨୩ଟି ନୂତନ ଭିତ୍ତିଭୂମୀ ଲୋକାର୍ପିତ by Proprietor Abhimanyu Maharana September 25, 2026