Home ଓଡ଼ିଶା ‘କାଦମ୍ବିନୀ’ ର ୨୬ତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସର୍ବଜନାଦୃତ ମାସିକ ଓଡିଆ ପତ୍ରିକା ‘କାଦମ୍ବିନୀ’ର ୨୬ତମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜୟଦେବ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ପ୍ରଫେସର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥିଭାବରେ ଯୋଗଦେଇଥିଲେ ସଦାଶିବ କେନ୍ଦ୍ରୀୟ ସଂସ୍କୃତି ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର,ବିଶିଷ୍ଟ କବୟିତ୍ରୀ ଡ.ଅପର୍ଣ୍ଣା ମହାନ୍ତି,ବିଶିଷ୍ଟ ବ୍ୟଙ୍ଗକବି ଜ୍ଞାନ ହୋତା ଓ ବିଶିଷ୍ଟ କବି ଶ୍ରୀଯୁକ୍ତ ପବିତ୍ର ମୋହନ ଦାଶ। ଏଥିରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ‘କାଦମ୍ବିନୀ’ ସଂପାଦିକା ଡ.ଇତି ସାମନ୍ତ।ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଭାସ୍କର ମିଶ୍ର,ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ଯ,ବିଶିଷ୍ଟ ସାହିତ୍ୟିକା ଶ୍ରମତୀ ସ୍ୱରାଜଲକ୍ଷ୍ମୀ ମିଶ୍ର, ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ମାନସରଞ୍ଜନ ମହାପାତ୍ର, ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ବିରେନ୍ଦ୍ର ମହାନ୍ତି ଓ ବିଶିଷ୍ଟ ସାହିତ୍ୟିକ ଓ ସଂଗଠକ ଶ୍ରୀଯୁକ୍ତ ଶ୍ୟାମପ୍ରକାଶ ସେନାପତି।ଏହି ଅବସରରେ ‘କାଦମ୍ବିନୀ’ର ଚଳିତ ସ୍ୱନକ୍ଷତ୍ର ସ୍ଵତନ୍ତ୍ର ଏବଂ ‘କୁନିକଥା’ର ଜୁଲାଇ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ନୃତ୍ୟଗୁରୁ ରୂପଶ୍ରୀ ମହାପାତ୍ର ଓ ଦେବରୂପା ଦାସଗୁପ୍ତା ମାହାରୀ ନୃତ୍ଯ ପରିବେଷଣ କରିଥିଲାବେଳେ ଶେଷରେ ପୁରୀର ସାହିଯାତ ପରିବେଷଣ କରିଥିଲେ ନୃତ୍ଯଶିଳ୍ପୀ କୁମାର ଭୀମସେନ ଓ ସାଥୀ।କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଇଂ.ଶ୍ରୀନିବାସ ଘଟୁଆରୀ।ଧନ୍ୟବାଦ ଅର୍ପଣ କରିଥିଲେ ‘କାଦମ୍ବିନୀ’ ସଂପାଦିକା ଡ.ଇତି ସାମନ୍ତ। ଏହି ଅବସରରେ ‘କାଦମ୍ବିନୀ’ର ୨୬ତମ ଜନ୍ମଦିନ ଉପଲକ୍ଷେ ‘ସଂସ୍କୃତି ଓ ସଂସ୍କୃତି’ ଏବଂ ‘ଓଡିଶା ସଚେତନ ନାଗରିକ ଫୋରମ’ ପକ୍ଷରୁ ଏକ ଶୁଭେଚ୍ଛାମୂଳକ କେକ୍ କଟାଯାଇଥିବାବେଳେ ସଂପାଦିକା ଡ.ଇତି ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଦୁଇଟି ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନର ସଂପାଦକ ଦିଲ୍ଲୀପ ହାଲି,ଉପଦ୍ଦେଷ୍ଟା ତପନ ଦାସ ଓ ପରିଚାଳନା ସଂପାଦକ ମଣ୍ଟୁ ସିଂ ଉପସ୍ଥିତ ଥିଲେ।ଉତ୍ସବରେ ଚାରିଶହରୁ ଊର୍ଦ୍ଧ୍ବ ସାହିତ୍ଯ ଓ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026 ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ by Proprietor Abhimanyu Maharana June 21, 2026 ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ by Proprietor Abhimanyu Maharana June 21, 2026 ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026