ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) :- ହିଞ୍ଜିଳିକାଟୁ: ପବିତ୍ର ଘୋଷ ଯାତ୍ରା ଅବସରରେ ହିଞ୍ଜିଳିକାଟୁ ପାଟଣା ସାହି ଜଗନ୍ନାଥ ମନ୍ଦିର ତରଫରୁ ରଥାରୁଢ଼ ବ୍ରହ୍ମାଣ୍ଡ ଠାକୁରଙ୍କ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ପରମ୍ପରା ଅନୁସାରେ ପୂଜାନୀତି ସମ୍ପନ୍ନ ହୋଇଥିଲା। ଏହି ଅବସରରେ ପୁଜା କମିଟି ପକ୍ଷରୁ ହିଞ୍ଜିଳିକାଟୁର ପରିଚିତ ଲକ୍ଷ୍ମୀ ନୃସିଂହ ଭଜନ ସଂଘ ପକ୍ଷରୁ ଆଡ଼ପ ମଣ୍ଡପ ସମ୍ମୁଖରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।
ପୌର ପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡ଼ାକ୍ତର ଶ୍ରୀକାନ୍ତ ସାହୁ ଓ ଧର୍ମପତ୍ନୀ ଅନୁରାଧା ସାହୁ ପ୍ରମୁଖ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ସଂଘର କଳାକାର ଗୋପାଳ କୃଷ୍ଣ ସାହୁ, ସଚ୍ଚିକାନ୍ତ ମିଶ୍ର,ଭବାନୀ ପାଠୀ ଓ ଡାକ୍ତର ଶ୍ରୀକାନ୍ତ ସାହୁ ପ୍ରମୁଖ ସୁଲଳିତ କଣ୍ଠରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଆଧାରିତ ଚିତ୍ତାକର୍ଷକ ଭଜନ ଓ ଜଣାଣ ପରିବେଷଣ କରିଥିଲେ। ଭଜନ ସମାରୋହରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥଲା ବେଳେ ସୁବୁଦ୍ଧି ଏସ ଏଫ୍ଏକ୍ସ ଇଭେଣ୍ଟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
