Home ଅପରାଧ ଭଗବତୀ ନିକଟ ଘୋଡାହଡ ନଦୀରୁ ବେଧଡକ ବାଲି ଚୋରା ଚାଲାଣ : ଟ୍ରାକ୍ଟର ଜବତ – ଚାଳକ କୋର୍ଟ ଚାଲାଣ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) :- ଗତ ପ୍ରାୟ ୨ ମାସ ଧରି ହିଞ୍ଜିଳି ଥାନା ଭଗବତୀ ନିକଟରେ ଥିବା ଘୋଡ଼ାହଡ ନଦୀ ଗର୍ଭକୁ ଆଖିବୁଜି ବିଦାରି ଚାଲିଛନ୍ତି ସହରର କିଛି ପେଶାଦାର ବାଲି ମାଫିଆ। ସଙ୍ଗଠିତ ଭାବେ କିଛି ବାଲି ମାଫିଆଙ୍କ ଦ୍ବାରା ଟ୍ରାକ୍ଟରରେ ଦୈନିକ ରାତିରେ ପ୍ରାୟ ଶହେରୁ ଅଧିକ ଟ୍ରିପ ଚୋରା ବାଲି ହିଞ୍ଜିଳିକାଟୁ ସହରର ବିଭିନ୍ନ ସ୍ଥାନରେ ନିର୍ବିଘ୍ଣରେ ପରିବହନ ହେଉଥିବା ସୂଚନା ମିଳିଛି। ହିଞ୍ଜିଳି ଥାନାର ଘୋଡାହଡ ନଦୀ ହୁଡ଼ା ରାସ୍ତା ଦେଇ ଟ୍ରାକ୍ଟର ଗୁଡ଼ିକରେ ଖୋଲାଖୋଲି ଭାବେ ରାତିରେ ବାଲି ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ କିମ୍ବା ପରିବହନ ବିଭାଗ ପକ୍ଷରୁ ଟ୍ରାକ୍ଟର ଗୁଡ଼ିକର ଆବଶ୍ୟକ କାଗଜପତ୍ର ଯାଞ୍ଚ ହେଉ ନ ଥିବା ଜଣାପଡିଛି। ଏପରିକି ଲଘୁ ଖଣିଜ ବିଭାଗର ଅଧିକାରୀ କିମ୍ବା ହିଞ୍ଜିଳି ଥାନା ପୋଲିସକୁ ବାଲି ମାଫିଆ ଗୋଷ୍ଠୀଙ୍କ ଆଦୌ ଖାତିର କି ଭୟ ନ ଥିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ମାଫିଆ ଗୋଷ୍ଠୀ ଭଗବତୀ ନିକଟରେ ଥିବା ଘୋଡାହଡ ନଦୀ ବାଲି ଖାଦାନକୁ କବଜା କରିବା ପରେ ମନଭରି ବାଲି ଲୁଟ୍ କରି ବେଧଡକ ଭାବେ ଅନ୍ୟତ୍ର ଚାଲାଣ କରୁଥିବା ନିତିଦିନିଆ ଘଟଣା ପାଲଟିଛି। ଟ୍ରାକ୍ଟର ପିଛା ୨୦୦ ଟଙ୍କା ବଟି ଆଦାୟ ହେଉଥିବା ବେଳେ ମାଫିଆଙ୍କ ଦୈନିକ ଆୟ ଢେର ଭଲ ହେଉଥିବା ଜଣାପଡ଼ିଛି।ପୁର୍ବରୁ ରାଜସ୍ବ ବିଭାଗ ଅଧିକାରୀ ଓ ପୋଲିସ ପକ୍ଷରୁ ବେଆଇନ ବାଲି ପରିବହନ ଉପରେ ଚଢାଉ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ରାତ୍ର କାଳୀନ ପାଟ୍ରୋଲିଂ ବେଳେ ହିଞ୍ଜିଳି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରୁ ଚୋରା ଚାଲାଣରେ ଲିପ୍ତ ଥିବା ଗାଡ଼ି ଗୁଡ଼ିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା। ପୋଲିସ ବେଆଇନ ଟ୍ରାକ୍ଟର ଗୁଡ଼ିକର କାଗଜପତ୍ର ଯାଞ୍ଚ ମଧ୍ଯ କରୁଥିଲା। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବା କାରଣରୁ ଚଢାଉ କରିବା ସକ୍ଷମ ହେଉନାହିଁ ବୋଲି ଖଣି ବିଭାଗ ଅଧିକାରୀ କହୁଛନ୍ତି। ଏପରି ସ୍ଥଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଜଳ ସମ୍ପଦ ବିଭାଗର ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ ଓ ଅବମାନନା କରି ଭଗବତୀ ନିକଟ ଘୋଡାହଡ଼ ନଦୀ ଗର୍ଭରୁ ବେଧଡକ ଭାବେ ବେଆଇନ ବାଲି ପରିବହନ ଓ ଉତ୍ତୋଳନ ନିୟମିତ ଭାବେ ଚାଲୁଥିବା ଦେଖାଯାଇଛି। ଏପରିକି ରାତି ୧୨ଟା ରୁ ଭୋର ସକାଳ ୬ଟା ସମୟ ପର୍ଯ୍ୟନ୍ତ ଟ୍ରାକ୍ଟର ଗୁଡିକରେ ସହରର ଗଳି କନ୍ଦିରେ ଚଢ଼ା ଦରରେ ଚୋରା ବାଲି ବିକ୍ରି ହେଉଥିବା ଦେଖାଯାଇଛି। ରାଜ୍ୟରେ ଏବେ ନୂଆଁ ସରକାରଙ୍କ ଶାସନ ଆରମ୍ଭ ହୋଇଛି। ରାଜ୍ୟ ଖଣିଜ ଓ ପରିବହନ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟକୁ ମଧ୍ଯ ସ୍ଥାନୀୟ ଅଞ୍ଚଳର ବାଲି ମାଫିଆଙ୍କ ତିଳେ ମାତ୍ର ଖାତିର ନାହିଁ।ଦୀର୍ଘ ପ୍ରାୟ ୬ମାସ ଧରି ଭଗବତୀ ନିକଟ ଘୋଡାହଡ ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ବହୁ ସମୟରେ ଅଭିଯୋଗ ଉଠିଛି। ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କିଛି କୁଜି ନେତାଙ୍କ ଛାତ୍ରଛାୟା ଓ ପ୍ରୋତ୍ସାହନ ଯୋଗୁଁ ନୂଆଁଗଡ ଗ୍ରାମର କିଛି ବାଲି ମାଫିଆଓ ସେମାନଙ୍କ ସହଯୋଗୀଙ୍କ ନିୟନ୍ତ୍ରଣରେ ଘୋଡ଼ାହଡ ନଦୀ ରାସ୍ତା ଦେଇ ବେଧଡକ ବାଲି ଚୋରା ଚାଲାଣ ହେଉଥିବା ନେଇ ହିଞ୍ଜିଳି ପୁଲିସକୁ ବିଶେଷ ସୁଚନା ମିଳିଥିଲା। ହିଞ୍ଜିଳି ପୁଲିସର ଏକ ଟିମ୍ ସୋମବାର ଭୋର ସମୟରେ ଘୋଡ଼ାହଡ଼ ନଦୀ ନିକଟରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ରେଜିଷ୍ଟ୍ରେସନ୍ ନମ୍ବର ନ ଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏ ନେଇ ହିଞ୍ଜିଳି ଥାନାରେ ୫୩୫/୨୫ରେ ଏକ ମାମଲା ରୁଜୁ କରି ଆଙ୍କୋରଡ଼ା ଗ୍ରାମର ଟ୍ରାକ୍ଟର ଚାଳକ କୃଷ୍ଣ ରାଉତକୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଏ ଏସ ଆଇ ତଥା ତଦନ୍ତକାରୀ ଅଧିକାରୀ ସୁବାସ ଚନ୍ଦ୍ର ମିଶ୍ର ଠାରୁ ସୁଚନା ମିଳିଛି। ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ନିର୍ଦ୍ଦେଶରେ ଏସଆଇ ସୁରେଶ କୁମାର ସାହୁ, ରଶ୍ମିରଞ୍ଜନ ସାମଲ, ଏଏସଆଇ ଅନନ୍ତ ଶବର, କନେଷ୍ଟବଳ ଜଳନ୍ଧର ନାୟକ, ସନ୍ୟାସୀ ରାଉତ ଓ ଶ୍ୟାମ ସୁନ୍ଦର ପ୍ରମୁଖ ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଦିନରେ ବେଆଇନ ବାଲି ଚାଲାଣ ହେଉଥିବା ଯାନବାହାନ ଉପରେ ଚଢାଉ ଜାରୀ ରହିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ସୂଚନଯୋଗ୍ୟ ହିଞ୍ଜିଳିକାଟୁ ପୌର ପରିଷଦର ସ୍ମାର୍ଟ ପାର୍କରେ ନିୟୋଜିତ ଜଣେ ଅସ୍ଥାୟୀ ରାତ୍ର ଜଗୁଆଳ ଶାସକ ଦଳର କିଛି ହାତ ଗଣତି ନେତାଙ୍କ ପ୍ରୋତ୍ସାହନ ବଳରେ ଭଗବତୀ ନିକଟ ଘୋଡ଼ାହଡ ନଦୀ ବାଲି ଚାଲାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି। ଏପରି ସ୍ଥଳେ ବାଲି ଚୋରା ଚାଲାଣରେ ସମ୍ପୃକ୍ତି ଥିବା ମାଫିଆଙ୍କ ଉପରେ ପୁଲିସ୍ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ସଚେତନ ମହଲରେ ଦାବି ହୋଇଛି। Categories: ଅପରାଧ, ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026