Home ଓଡ଼ିଶା ଗୁଣୁପୁର ଉପ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ପାରୀକ୍ଷିତି ପଞ୍ଚାୟତର ୱାର୍ଡ ସଭ୍ୟ, ସଭ୍ୟା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପାରୀକ୍ଷିତି ଗ୍ରାମ ପଞ୍ଚାୟତରେ ୧୬ ଗୋଟି ୱାର୍ଡ କୁ ନେଇ ପାରୀକ୍ଷିତି ପଞ୍ଚାୟତ ଗଠିତ କରାଯାଇଛି। ସେଥି ମଧ୍ୟରୁ ୧୧ ଟି ୱାର୍ଡ ସଭ୍ୟ ସଭ୍ୟା ମାନଙ୍କର ଦସ୍ତଖତ ଥାଇ ଗୁଣୁପୁର ଉପ ଜିଲ୍ଲାପାଳ ଙ୍କୁ ମିଥ୍ୟା କଥା କହି ପାରୀକ୍ଷିତି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଥିବା ପ୍ରସଙ୍ଗରେ ବୁଧବାର ଦିନ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। । ଏଥୁରେ ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଗମାଙ୍ଗଙ୍କ ନିର୍ଦ୍ଦେଶ କ୍ରମେ ଗୌତମ ଉଲ୍ଲାକା କିଛି ୱାର୍ଡ ସଭ୍ୟ ଙ୍କୁ ନେଇ ଆମ ମାନଙ୍କ ନିକଟକୁ ପହଁଚି ଆମ ୱାର୍ଡ ଏବଂ ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ହେବ କହି ମାସିକ ସଭାର ଆବଶ୍ୟକ ନାହିଁ,ତେଣୁ ଆପଣ ମାନେ ଏହି ଧଳା କାଗଜରେ ଦସ୍ତଖତ ଦେଲେ ଆମେ ଆପଣ ମାନଙ୍କ ୱାର୍ଡ ର କାର୍ଯ୍ୟ ଗୁଡିକ ଲେଖି ପରବର୍ତ୍ତୀ ପର୍ଯ୍ୟାୟରେ ରେଜୁଲେସନ କରି ପରେ କାର୍ଯ୍ୟାଦେଶ ଦେଇ କାର୍ଯ୍ୟ ଗୁଡାକୁ ତ୍ଵରାନିତ କରିବା ପାଇଁ କହିବାରୁ ଆମେ ରବି ଗମାଙ୍ଗ ଙ୍କ ନିର୍ଦ୍ଦେଶ ରେ ଆସିଥିବା ଗୌତମ ଉଲ୍ଲାକା ଙ୍କ କଥାରେ ବିଶ୍ୱାସ କରି ଆମେ ଆମର ସ୍ବାକ୍ଷର ଗୁଡାକ ଦେଲୁ । ଉକ୍ତ ସ୍ବାକ୍ଷର ଗୁଡାକ ହୋଇଯିବା ପରେ ବ୍ଲକ ଅଧ୍ୟକ୍ଷ ଏବଂ ଗୌତମ ଉଲ୍ଲାକା ଓ ତାଙ୍କ ସହ କେତେକ ବ୍ୟକ୍ତି ଗୁଣୁପୁର ଉପ ଜିଲ୍ଲାପାଳ ଙ୍କୁ ପାରୀକ୍ଷିତି ସରପଞ୍ଚ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଦାଖଲ କରିଛନ୍ତି। ଆମେ ଏହି ବିଷୟରେ ପଚାରି ବୁଝିବାରୁ ଆମକୁ ଉନ୍ନତି ମୂଳକ କାର୍ଯ୍ୟ କରିବା ବାହାନାରେ ଦସ୍ତଖତ କରି ଏପରି କାର୍ଯ୍ୟ କାହିଁକି କରିଲ ବୋଲି ପଚାରିବାରୁ ଆମେ ସରପଞ୍ଚ ଙ୍କ ବିରୁଦ୍ଧରେ ଅନାସ୍ଥା ପାଇଁ ଉପ ଜିଲ୍ଲାପାଳ ଗୁଣୁପୁର ନିକଟରେ ଦାଖଲ କରିଛୁ ।ତୁମ ହାତରେ ଯାହା ହେବ ତାହା କର ବୋଲି ଆମକୁ ଧମକ ଦେଇଥିବା ନେଇ ସ୍ମାରକପତ୍ର ଉଲ୍ଲେଖ କରିଛନ୍ତି।ଏହି ଘଟଣା ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଙ୍କୁ ପଚାରିବାରୁ ଏହି ଘଟଣା ସମ୍ପର୍କରେ ମୁଁ କିଛି ଜାଣି ନାହିଁ ଏବଂ ପାରୀକ୍ଷିତି ସରପଞ୍ଚଙ୍କୁ ବିରୁଦ୍ଧ କରିବା କିମ୍ବା ଅନାସ୍ଥା ପ୍ରସ୍ତାବ ନେଇ ନିର୍ଦ୍ଦେଶ ଦେବା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଅଭିଯୋଗ କୁ ଖଣ୍ଡନ କରିଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ରେଳମଦଦ୍ ମାଧ୍ୟମରେ ଯାତ୍ରୀଙ୍କ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ଉଦ୍ଧାର by Proprietor Abhimanyu Maharana September 11, 2026 ବ୍ଲକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା, ସାଗର ର ଆହ୍ଵାନ ପ୍ରଥମ ଚିଲିକା ବ୍ଲକ by Proprietor Abhimanyu Maharana September 11, 2026 ଗଜପତି ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକ।ସମ୍ମାନିତ ହେଲେ କ୍ୟାଡ଼ର ପିପି, ସ୍ପେଶାଲ ପିପି ଓ ଥାନାଧିକାରୀ by Proprietor Abhimanyu Maharana September 11, 2026 ଚୋରାଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିବା କିଲୋଗ୍ରାମ ଗଞ୍ଜେଇ ଜବତ by Proprietor Abhimanyu Maharana September 11, 2026 ୧୬ ଲକ୍ଷ ଟଙ୍କା ଠକେଇ ମାମଲାରେ ପାରଳା ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ by Proprietor Abhimanyu Maharana September 11, 2026 ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବେଟି ବଚାଅ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 11, 2026