Home ଓଡ଼ିଶା ରଥଯାତ୍ରା ଅବ୍ୟବସ୍ଥା ଓ ବିଏମସିରେ ଗୁଣ୍ଡାରାଜ ଘଟଣା ସାରା ଦେଶରେ ରାଜ୍ୟକୁ ନିନ୍ଦିତ କରିଛି : ବିଜେଡି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରଥଯାତ୍ରା ଅବ୍ୟବସ୍ଥା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତୁରନ୍ତ ଇସ୍ତଫା ଦିଅନ୍ତୁ ବିଏମସି ଘଟଣାରେ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିଏମସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନହେବା ଓ ପୁରୀରେ ରଥଯାତ୍ରାକୁ ନେଇ ବ୍ୟାପକ ଅବ୍ୟବସ୍ଥା ପରେ, ଆଇନ ମନ୍ତ୍ରୀଙ୍କ ଭୂମିକାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏହି ଦୁଇ ଘଟଣା ସାରା ଦେଶରେ ରାଜ୍ୟକୁ ଲଜ୍ଜିତ ଓ ନିନ୍ଦିତ କରିଛି ବୋଲି ବିଜେଡି କହିଛି । ଶଙ୍ଖ ଭଵନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଥିଲେ, ବିଏମସି ଅତିରିକ୍ତ କମିସନରଙ୍କୁ ଅମାନବୀୟ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଓଏଏସ ସଂଘ ସମୂହ ଛୁଟିରେ ଯିବାରୁ ରାଜ୍ୟ ଶାସନ ବ୍ୟବସ୍ଥାରେ ସ୍ଥାଣୁତା ଆସିଛି । ଏହି ଘଟଣା ଓଡିଶାକୁ ସାରା ଦେଶରେ ନିନ୍ଦିତ ଓ ଲଜ୍ଜିତ କରିଥିବା ବେଳେ ରାଜ୍ୟ ସରକାର ଏହି ଘଟଣାରେ ନିରବ ରହିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି। ରାଜ୍ୟ ସରକାର ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଘଣ୍ଟ ଘୋଡାଉଛନ୍ତି, ଯାହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ଏହି ଘଟଣାରେ ଆଉ ଅଧିକ ଟାଳଟୁଳ ନିତି ଅଵଲମ୍ବନ ନକରି, ତୁରନ୍ତ ମୁଖ୍ୟ ଅଭିଯୁକ୍ତ ଶ୍ରୀ ପ୍ରଧାନଙ୍କୁ ଗିରଫ କରାଯାଉ ବୋଲି ଡ଼ଃ ମହାନ୍ତି କହିଥିଲେ। ସେହିପରି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା , କର୍ଡନ ପାସ ବଣ୍ଟନ, ନନ୍ଦିଘୋଷ ରଥ ଟଣା ନଯାଇ ପାରିବା, ପରେ ସନ୍ଧ୍ୟା ସାତଟା ପଇଁଚାଳିଶ ମିନିଟ ସମୟରେ କେବଳ ଵିଧି ରକ୍ଷା ପାଇଁ ନନ୍ଦିଘୋଷ ରଥକୁ କିଛି ପାଦ ଟାଣିବା, ଶରଧାବାଲିରେ ଦଳାଚକଟାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହେବା ଇତ୍ୟାଦି ବ୍ୟାପକ ଅବ୍ୟବସ୍ଥା ସରକାରଙ୍କ ବିଫଳତାକୁ ପ୍ରଦର୍ଷିତ କରୁଛି। ରଥଯାତ୍ରା ଦାୟିତ୍ୱରେ ଥିବା ଆଇନମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ବିଫଳତାର ଦାୟିତ୍ୱ ନିଜ ମୁଣ୍ଡକୁ ନେବା ପରିବର୍ତ୍ତେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିବା ପାଇଁ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଆଇନ ମନ୍ତ୍ରୀଙ୍କ ବକ୍ତବ୍ୟରୁ ତାଙ୍କ ଅହଂକାର ସ୍ପଷ୍ଟ ପରିଲକ୍ଷିତ ହେଉଛି। ରଥଯାତ୍ରା ବିଫଳତାର ନୈତିକ ଦାୟିତ୍ୱ ନେଇ ସେ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ଅଥବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରନ୍ତୁ ବୋଲି ଡ଼ଃ ମହାନ୍ତି କହିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026