ମାଓପ୍ରବଣ ଅଂଚଳ ପ୍ରଶାସନ ପାଇଁ ହୋଇପଡିଛି ଅଲୋଡା ; ଲୁହୁରାକୋଟ ଗ୍ରାମବାସି ନିଜେ ପୋଲ ମରାମତି ପାଇଁ ଅଂଟା ଭିଡିଛନ୍ତି

ଓଡିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ରବିବାର )  ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଲୁହୁରାକୋଟ ଗ୍ରାମ । ଚାରି ଗୋଟି ୱାର୍ଡ ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୧୫୦୦ । ଓଡିଶା ଏବଂ ଛତିଶଗଡ ସିମାରେ ଥିବା ଏହି ଉପାନ୍ତ ଅଂଚଳ ଚାରି ଆଡୁ ପାହାଡ ଏବଂ ନଦୀ ଦ୍ୱାରା ଘେରି ହୋଇ ରହିଛି । ମାଓପ୍ରବଣ ଥିବା ଏହି ଅଂଚଳ ସତେ ଯେମିତି ପ୍ରଶାସନ ପାଇଁ ଅଲୋଡା ହୋଇପଡିଛି । ଆଜି ପର୍ଯ୍ୟନ୍ତ ଏହି ଗ୍ରାମକୁ ରାସ୍ତା ଗୋଟିଏ ମଧ୍ୟ ନାହିଁ । ଏହା ଫଳରେ ବିଶେଷ କରି ବର୍ଷା ଦିନେ ଏହି ଗ୍ରାମ ଏକ ବିଚ୍ଛିନାଂଚଳରେ ପରିଣତ ହୋଇଥାଏ । ସ୍ୱାସ୍ଥ୍ୟ ପାଇଁ ହଉ ଅବା ଶିକ୍ଷା ପାଇଁ ହଉ କି ଅନ୍ୟ କୌଣସି ବ୍ୟବସାୟ ପାଇଁ ହଉ ଗ୍ରାମ ବାସି ଙ୍କୁ ଡଙ୍ଗା ସାହାଯ୍ୟରେ ଅଙ୍ଗନଦୀ ପାରି ହୋଇ ଜିବାକୁ ପଡିଥାଏ ।

ସରକାର ଏହି ଗ୍ରାମକୁ ସୁବିଧାରେ ଗମନା ଗମନ ପାଇଁ ନୂଆଁପଡା ଓଲୁହୁରାକୋଟ ମଧ୍ୟରେ ପ୍ରବାହିତ ହେଉଥିବା ସୁରଙ୍ଗି ନାଲାରେ ଏକ ଛୋଟିଆ ପୋଲ ନିର୍ମାଣ କରାଇଥିଲେ ହେଲେ ଚଲିତ ବର୍ଷ ପ୍ରବଲ ବର୍ଷା ଫଳରେ ବନ୍ୟା ଜଳରେ ପୋଲର ଉଭୟ ପାଶ୍ୱର୍ର ଧୋଇ ହୋଇଯାଇଥିଲା । ଫଲରେ ଲୁହୁରାକୋଟ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଥିଲା ।

ଲୁହୁରାକୋଟ ଗ୍ରାମବାସୀ ନିଜ ଅସୁବିଧାକୁ ନିଜେ ହୃଦୟଙ୍ଗମ କରି ସରକାରୀ ସହେଯାଗକୁ ଅପେକ୍ଷା ନକରି ଗ୍ରାମବାସି ନିଜେ ପୋଲ ମରାମତି କରିବା ପାଇଁ ଅଂଟା ଭିଡିଥିଲେ ଏବଂ ଦୀର୍ଘ ଦୁଇଦିନ ଧରି ପୋଲ ମରାମତି କରିବା ପାଇଁ ଲାଗିପଡିଥିଲେ । ଗ୍ରାମବାସୀଙ୍କ ନିଃସ୍ୱାର୍ଥ ଉଦ୍ୟମ ଫଲପ୍ରଦ ହୋଇଛି । ଗ୍ରାମବାସୀଙ୍କ ଦ୍ୱାରା ପୋଲ ମରାମତି ପରେ ଲୋକମାନେ ସୁବିଧାରେ ଗମନାଗମନ ଆରମ୍ଭ କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version