Home ଓଡ଼ିଶା ବଜ୍ରକୋଟ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବଜ୍ରକୋଟ ବିଦ୍ୟାଳୟରେ ଉତ୍ସାହ ଓ ଉଲ୍ଲାସରେ ୭୬ତମ ବନମହୋତ୍ସବ ପାଳିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷବିତ ଲକ୍ଷ୍ମୀଧର ସାହୁ, ମୁଖ୍ୟ ବକ୍ତା ଭାବେ ଫରେଷ୍ଟର ରଞ୍ଜିତ ବେହେରା, ସମ୍ମାନିତ ଅତିଥି ଭାବେ, ଫରେଷ୍ଟ ଗାର୍ଡ ରଞ୍ଜନା ପରିଡା, ସ୍ଥାନୀୟ ୱାର୍ଡ ମେମ୍ବର ସରୋଜିନୀ ପ୍ରଧାନ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ଗ୍ରାମର ବରିଷ୍ଠ ବ୍ୟକ୍ତି ଶତ୍ରୁଘ୍ନ ମାନସିଂହ, ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ଚାରୁଲତା ରାଉତରାୟ, ସଂଯୁକ୍ତା ସାର୍ଦୁଲଲସିଂହ, ଚାରୁଲତା ରାଉତରାୟ, ସଞ୍ଜିତା ନାୟକ, ଅଙ୍ଗନବାଡି କର୍ମୀ ପୁଷ୍ପ ମଞ୍ଜରୀ ଦେଇ ପ୍ରମୁଖ ଯୋଗ ଦେଇଥିଲେ | ବନମହୋତ୍ସବର ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା, ଗଛର ଗୁରୁତ୍ୱ ବିଷୟରେ ଜଣସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି କରିବା ବୋଲି ଶିକ୍ଷବିତ ଶ୍ରୀ ସାହୁ କହିଥିଲେ | ବନମହୋତ୍ସବ ମାନେ ଗଛ ପ୍ରତି ଆଦର ଓ ପୃଥିବୀ ପ୍ରତି ଦାୟିତ୍ୱ ବୋଲି ଫରେଷ୍ଟର ରଞ୍ଜିତ ବେହେରା କହିଥିଲେ | ଅବସରରେ ଛାତ୍ରଛାତ୍ରୀମାନେ ଗଛ ଲାଗାଇ ଏହାର ଦୟାଳୁ ବ୍ୟବହାର ବିଷୟରେ ଅନେକ ସୂଚନା ସମ୍ବନ୍ଧରେ ଶିଖି ପାରିଥିଲେ | ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ମଧ୍ୟ ଗଛର ଗୁରୁତ୍ୱ, ପରିବେଶ ସଂରକ୍ଷଣ ଓ ଗ୍ରୀନ୍ କ୍ଲାସରୁମ୍ ତିଆରି ପ୍ରତି ଆଲୋକପାତ କରିଥିଲେ | କାର୍ଯ୍ୟକ୍ରମର ଅନ୍ତିମରେ ଛାତ୍ରଛାତ୍ରୀମାନେ ପୋଷ୍ଟର, ଗୀତ ଓ ନାଟିକା ମାଧ୍ୟମରେ ଗଛ ରୋପଣର ଉପକାରିତା ବ୍ୟାଖ୍ୟା କରି ସମସ୍ତେଙ୍କ ମନ ଜିତି ଥିଲେ | ଆମ୍ବ, ଲିମ୍ବ, ଲିମ୍ବ, ପାଟୁଳି, ଅର୍ଜୁନ, କରଞ୍ଜ, ବଉଳକୋଳି, ଫାଣପଣା, କଦମ୍ବ ଆଦି ବୃକ୍ଷରୋପଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶ୍ରୀ ରଣାଙ୍କ ତତ୍ୱାବଧାନରେ ଓ ବିଦ୍ୟାଳୟର ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ପାଚିକା ବାସନ୍ତୀ ମାଝୀ, ଅହଲ୍ୟା ଦେଇ, ଟୁନିଲତା ସାହୁ, କୁନି ଖଟେଇ ପ୍ରମୁଖଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ପରିଚାଳିତ ହୋଇ ଥିଲା | ପ୍ରମୋଦ ଦାଶ, ବିଶ୍ୱଶ୍ରୀ ପଟ୍ଟନାୟକ ବନ ବିଭାଗ କର୍ମଚାରୀ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026 ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ by Proprietor Abhimanyu Maharana September 28, 2026 ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026