ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- (ଓଡ଼ିଶା ତାଜା ନ୍ୟୁଜ୍) ସମ୍ବିଧାନର ମୌଳିକ ଅଧିକାର ପାଇଁ ଗଜପତିରେ ରାଜରାସ୍ତାକୁ ଆସି ଗର୍ଜିଲେ ଆଦିବାସୀ ଓ ଦଳିତ ସମାଜ. ସେମାନଙ୍କ ଏହି ଆନ୍ଦୋଳନ ଯୋଗୁଁ ୭ ଘଣ୍ଟା ଜାତୀୟ ରାଜପଥ ଅବରୋଧ ହୋଇଛି. ଗଜପତି ଜିଲ୍ଲାର ମୋହନାରେ ବନ୍ଦ ପାଳନ କରାଯାଇଛି। ମୋହନାର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସଏସଡ଼ି) ଛକଠାରେ ଭାରତ ମୁକ୍ତି ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା,ରାଷ୍ଟ୍ରିୟ ପଛୁଆ ବର୍ଗ ମୋର୍ଚ୍ଚା,ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ,
ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା,ରାଷ୍ଟ୍ରିୟ ମୁସଲିମ ମୋର୍ଚ୍ଚା,ରାଷ୍ଟ୍ରିୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ଡାକରାରେ ଗଜପତି ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜ ପକ୍ଷରୁ ଭାରତ ବନ୍ଦକୁ ସଫଳ କରିବା ପାଇଁ ଜାତୀୟ ରାଜପଥ ୩୨୬କୁ ସାଢ଼େ ସାତ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା। ସେମାନଙ୍କର ଦାବି ମୁତାବକ ଇଭିଏମ ବନ୍ଦ କରି ବାଲାଟ ପେପର ମାଧ୍ୟମରେ ଭୋଟ ଦେବା, କେନ୍ଦ୍ର ସରକାରଙ୍କ ଦ୍ୱାରା ଓବିସିମାନଙ୍କର ଜାତିଭିର୍ତ୍ତିକ ଗଣନକୁ ବନ୍ଦ କରିବା, ଆରଏସଏସ ଓ ବିଜେପି ଦ୍ଵାରା ମୁଳ ନିବାସୀ ବହୁଜନ ମହାପୁରୁଷମାନଙ୍କୁ ଅପମାନିତ କରାଯିବା,
