ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଦଶପଲ୍ଲା ବ୍ଳକ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀ ଗୀତାଞ୍ଜଳି ସାହୁ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, କନକ ନ୍ୟୁଜର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ, DSS ଶରତ ସାହୁ, IPE ଅନିଲ କୁମାର ଦାସ, ଜିଲ୍ଲା ପରିଷଦ ସଦସ୍ୟ ବସନ୍ତ କୁମାର ପ୍ରଧାନ, ଘୋଳାହାଣ୍ଡି ସରପଞ୍ଚ ପ୍ରଦୀପ୍ତ ସ୍ୱାଇଁ, ମଧ୍ଯଖଣ୍ଡ ସରପଞ୍ଚ ସସ୍ମିତା ପ୍ରଧାନ, ଦଶପଲ୍ଲା ଅଞ୍ଚଳର ବିଶିଷ୍ଟ ଗାଳ୍ପିକ ହାଡିବନ୍ଧୁ ମହାଖୁଡ଼,
ବିଦ୍ୟାଳୟର ପୂର୍ବତନ ସମ୍ପାଦକ ତଥା ଆଇନୀଜୀବୀ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ଦଶପଲ୍ଲା ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମନେ ଯୋଗଦେଇଥିଲେ । ସବୁଠାରୁ ବଡ଼ କଥା ପାତ୍ର ସାର ଅବସର ନେଉଥିବା ଖବର ପାଇ ଶହ ଶହ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିଥିଲେ । ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀଯୁକ୍ତ ପାତ୍ରଙ୍କ ବିଷୟରେ ଅତିଥି ମାନେ ପ୍ରଶଂସା ଗାନ କରିବା ସହ ଭବିଷ୍ୟତ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ସମଗ୍ର ଅଞ୍ଚଳରେ ବେଶ୍ ଜଣାଶୁଣା । 
