ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ମୁକୁନ୍ଦୀ ଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବରିଷ୍ଠ ତର୍କଶାସ୍ତ୍ର ଅଧ୍ୟାପକ ବଳରାଜ ସିଂଦେଓ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା, ବିଦ୍ୟାଳୟ ର ଅଧ୍ୟକ୍ଷା ରଞ୍ଜିତା ଗୁରୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ସମ୍ପାଦକ ବିଷ୍ଣୁ ପ୍ରସାଦ ଶର୍ମା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ସଭ୍ୟ ଅଭିବକ୍ତା ଶମ୍ମିମ ଅହମ୍ମଦ ଖାଁ, ଦୁଝିଶ୍ୟାମ ରାଏ,ପ୍ରାକ୍ତନ ସରକାରୀ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ର ମଞ୍ଚାଶିନ ଥିଲେ ।
