ରଣପୁର ଚକାଶିଳକ୍ଷେତ୍ର : ଅଭିମାନୀ ମହାଲକ୍ଷ୍ମୀ ଭାଙ୍ଗିଲେ ନନ୍ଦିଘୋଷ ରଥ – ଲକ୍ଷ୍ମୀଙ୍କ ସାଙ୍ଗରେ ଯାଇଥିଲେ ପଞ୍ଚୁମହାଦେବ

ତିନି ରଥର ଦକ୍ଷିଣମୋଡ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍)  :- ଚକାଶିଳକ୍ଷେତ୍ର ଭାବେ ପରିଚିତ ରଣପୁର ରଥ ଯାତ୍ରାର ହେରାପଞ୍ଚମୀ ଅବସରରେ ଆଜି ଚଳଚଞ୍ଚଳ ହୋଇଉଠିଛି । ଆଜି ଚତୁର୍ଦ୍ଧାମୁର୍ତ୍ତି ଙ୍କୁ ଦର୍ଶନ କରିବାପାଇଁ ବିଭିନ୍ନ ପ୍ରାନ୍ତରୁ ବହୁସଂଖ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ପରିଲକ୍ଷିତ ହୋଇଛି । ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ପତ୍ନୀ ମହାଲକ୍ଷ୍ମୀଙ୍କୁ ବଡଦେଉଳରେ ଏକାକି ଛାଡି ମହାପ୍ରଭୁ ବଡ ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କୁ ସାଙ୍ଗରେ ଧରି ନଅ ଦିନ ପାଇଁ ମାଉସୀ ମା ମନ୍ଦିର ଯାତ୍ରା କରିଥିବାରୁ ଆଜି କ୍ରୋଧାନ୍ୱିତ ହୋଇ ମା ଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଥିଲେ ।ତେବେ ଭଉଣୀ ବିମଳାଙ୍କ ଠାରୁ ମୋହିନୀ ଚୂର୍ଣ୍ଣ ପାଇ ପଞ୍ଚୁ ମହାଦେବ ଗହଣରେ ଯଥା ଶ୍ରୀ ସ୍ୱପ୍ନେଶ୍ୱରଦେବ, ଶ୍ରୀ ଚଣ୍ଡେଶ୍ୱରଦେବ , ବାଲୁଙ୍କେଶ୍ୱରଦେବ , ଶ୍ରୀ ହରିହରେଶ୍ୱରଦେବ ଓ ଶ୍ରୀ ଦଣ୍ଡାବାଲୁଙ୍କେଶ୍ୱରଦେବ ଆଦି ଶ୍ରୀଜୀଉ ମାନଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚିଥିଲେ । ଗୁଣ୍ଡିଚା ମନ୍ଦିରରେ ଜଗନ୍ନାଥଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରସା ଯାଇଥିବା ମହାଲକ୍ଷ୍ମୀ ଦେଖିବାକୁ ପାଇଥିଲେ ।ପରେ ଗୁଣ୍ଡିଚା ମନ୍ଦିର ରେ ଆଳତୀ ସମାପନ ହୋଇଥିଲା । ଆଳତୀ ପରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ନିକଟରେ ପହଚିଂଥିଲେ । ସେଠାରେ କ୍ରୋଧାନ୍ୱିତ ମା ଲକ୍ଷ୍ମୀ ନନ୍ଦିଘୋଷ ରଥକୁ ଭାଙ୍ଗି ଶ୍ରୀ ମନ୍ଦିର ଅଭିମୁଖେ ପ୍ରସ୍ଥାନ କରିଥିଲେ, ଏଣୁ ଆସନ୍ତା କାଲି ତିନି ରଥ ଦକ୍ଷିଣ ମୋଡ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ଠାରୁ ଜଣାଯାଇଛି । ଆଡପ ମଣ୍ଡପରେ ତିନି ଠାକୁର ଆଜି ରାଜରାଜେଶ୍ୱରୀ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି ।

Exit mobile version