ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ବୃକ୍ଷ ଦେବୋ ଭବ । ଏହି ଉକ୍ତିକୁ ପାଥେୟ କରି ଆଜି ,୭୬ ତମ ବନମହୋତ୍ସବ ସପ୍ତାହ ଉପଲକ୍ଷେ ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଣିଗୋଛା ବନ୍ୟପ୍ରାଣୀ ବନାଂଚଳ ( ପଶ୍ଚିମ ) ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବନ କର୍ମଚାରୀ ମାନେ ପ୍ରତ୍ୟେକ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ଥିଲେ ଓ ତାହାର ଉପଯୁକ୍ତ ଯତ୍ନ ନେବାପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ ।

