Home Uncategorized ରାସ୍ତା ନାହିଁ, ଲୋକେ ଭୋଗୁଛନ୍ତି ଯମଯନ୍ତ୍ରଣା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଟକର୍ଲା ଗ୍ରାମ ପଞ୍ଚାୟତ ଅଧିନ ବଣ ପାହାଡ଼ ଘେରା କୁନ୍ଦେଇଝରନ୍ ଗାଁକୁ ଯିବାପାଇଁ କୌଣସି ରାସ୍ତା ନଥିବାରୁ ଗାଁରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଦେଶ ସ୍ୱାଧୀନ ହେବାର ଦୀର୍ଘ ୭୮ବର୍ଷ ପରେ ମଧ୍ୟ ଗମନା ଗମନ କରିବା ପାଇଁ ରାସ୍ତା ନାହିଁ। କେବଳ ପାଦଚଲା ରାସ୍ତାରେ ଲୋକେ ଯାତାୟତ କରୁଥିବା ବେଳେ ବର୍ଷାଦିନେ ଭୋଗୁଛନ୍ତି ଯମ ଯନ୍ତ୍ରଣା।ଅତି ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ରାସ୍ତାର ଦୁରାବସ୍ଥା ସମ୍ପର୍କରେ ସୂଚନା ପାଇ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବା ପରେ ରାସ୍ତାର ଅବସ୍ଥା ଦେଖିବାକୁ ମିଳିଥିଲା। ସେଠାରେ ବିଜେପି ରୁପ୍ରା ମଣ୍ଡଳ ସଭାପତି ଗୁଣନିଧି ସାହୁ ମଧ୍ୟ ଉପସ୍ଥିତ ଥିଲେ। ରାସ୍ତାର ଦୁରାବସ୍ଥା ଓ ଚିକିତ୍ସା ସମସ୍ୟା ସମ୍ପର୍କରେ ଅବଗତ କରାଇବା ପାଇଁ ମହିଳା ଓ ସ୍ଥାନୀୟ ଲୋକେ ପହଞ୍ଚି ଥିଲେ। ସେଠାରେ ସେମାନେ ରାସ୍ତାର ଅବସ୍ଥା ଦେଖାଇବା ସଙ୍ଗେ ତାଙ୍କର ଦୁଃଖ ପ୍ରକାଶ କରିବା ସହିତ ରାସ୍ତା ନଥିବାରୁ ପୁଅ ଓ ଝିଅ ବାହାଘର ପାଇଁ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଥିଲେ। ସେହିପରି ଯଦି କିଏ ଅସୁସ୍ଥ ଅନୁଭବ କରନ୍ତି, ତାହେଲେ ଚିକିତ୍ସା ନିମନ୍ତେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା କହିଛନ୍ତି।ଗାଁକୁ ଆମ୍ୱୁଲେନ୍ସ୍ ଆସୁନଥିବାରୁ ପ୍ରାୟ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ରୋଗୀକୁ ଖଟିଆରେ ବୋହି ନେବାକୁ ପଡିଥାଏ ବୋଲି କହିଛନ୍ତି। ବର୍ତ୍ତମାନ ଗାଁରେ ଚାରିଜଣ ଗର୍ଭବତୀ ମହିଳା ଥିବାବେଳେ ଆସନ୍ତା ମାସରେ ପ୍ରସବ ତାରିଖ ଥିବାରୁ ରାସ୍ତା ସମସ୍ୟାକୁ ନେଇ ସେହି ପରିବାର ଚିନ୍ତା ପ୍ରକଟ କରୁଛନ୍ତି । ଉକ୍ତ ଗ୍ରାମର ଦୁଇଟି ପଡାରେ ୩୨ଟି ପରିବାରର ପ୍ରାୟ ୨୫୦ ଲୋକେ ବସବାସ କରୁଥିବା ବେଳେ ପ୍ରାୟ ସମସ୍ତେ ଚାଷବାସ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି। ସେହିପରି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବାରୁ ପିଲାଛୁଆ ମାନଙ୍କ ପାଠ ପଢ଼ାରେ ମଧ୍ୟ ବ୍ୟାଘାତ ହେଉଥିବା ଗ୍ରାମର ବରିଷ୍ଠ ଭଦ୍ରବ୍ୟକ୍ତି ଅନନ୍ତ ସାହୁ, ପଦ୍ମାଳୟା ଛତର ତଥା ଭାନୁମତୀ ଦେଇ ଓ ଗ୍ରାମବାସୀ ପ୍ରମୁଖ କହିଛନ୍ତି। ଏବାବଦରେ ଟକର୍ଲା ସରପଞ୍ଚ ରାମଚନ୍ଦ୍ର ସାହୁଙ୍କ ମତାମତ ନେବାରୁ ମନରେଗା ଯୋଜନାରେ ଉକ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ଶ୍ରମିକ ମିଳୁନଥିବାରୁ ରାସ୍ତା ନିର୍ମାଣ ହୋଇପାରୁ ନାହିଁ ବୋଲି ମତପ୍ରକାଶ କରିଥିଲେ। ସେହିପରି ନର୍ଲା ବିଡିଓ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ରାସ୍ତା ସମସ୍ୟା ଉପରେ ଅବଗତ କରାଇଥିବା ସରପଞ୍ଚ ଶ୍ରୀ ସାହୁ କହିଛନ୍ତି। ତେବେ ଉକ୍ତ ରାସ୍ତାର ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ ତଥା ବର୍ତ୍ତମାନର ନୂତନ ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ଦାବି ହେଉଛି।ସେହିପରି ଉକ୍ତ ଅଞ୍ଚଳବାସୀ ସମସ୍ତ ପ୍ରକାର ମୌଳିକ ସମସ୍ୟା ଓ ଏହାର ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ଦୁଃଖ ଜଣାଇବା ପାଇଁ ପ୍ରକାଶ କରିଛନ୍ତି । Categories: Uncategorized Related Content ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 6, 2026 ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026