ଲବଣଗିରି କ୍ଷେତ୍ରରେ ହେରା ପଞ୍ଚମୀ ଅନୁଷ୍ଠିତ

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜଟଣୀ ଲବଣଗିରି ଜଗନ୍ନାଥ କ୍ଷେତ୍ରରେ ହେରା ପଞ୍ଚମୀ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ନିଜ ଭାଇ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିରକୁ (ପାଞ୍ଚଗାଁ) ନବ ଦିନାତ୍ମକ ଯାତ୍ରାରେ ଯାଇଛନ୍ତି । ପରମ୍ପରା ଅନୁସାରେ ମାଉସୀ ମା ଘରେ ପୋଡ଼ ପିଠା ଖାଇ ଅନ୍ନଦାତ୍ରୀ ମା ଲକ୍ଷ୍ମୀ ଙ୍କୁ ମହାପ୍ରଭୁ ପାସୋରି ଯାଇଛନ୍ତି ।

ଯେଉଁ କାରଣରୁ କ୍ରୋଧ କରି ମା ଲକ୍ଷ୍ମୀ ଆଜି ହେରା ପଞ୍ଚମୀରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ନିଜର ଅଭିମାନ ପ୍ରକାଶ କରିଛନ୍ତି । ଏହି ସମୟରେ ବଡ଼ ଭାଇ ବଳଭଦ୍ର ନିଜ ମୁହଁ ଘୋଡାଇ ରଖି ଲକ୍ଷ୍ମୀଙ୍କ କ୍ରୋଧରୁ ବଞ୍ଚିବା ସହ ଓଡ଼ିଆ ପରମ୍ପରା ଅନୁଯାୟୀ ଭାଇ ଓ ଭାଇ ବୋହୁଙ୍କ ମିଳନକୁ ଦେଖିବାରୁ ନିଜକୁ ନିବୃତ ରଖିଥିଲେ ।

ପରେ ମା ଲକ୍ଷ୍ମୀ ନନ୍ଦିଘୋଷ ରଥକୁ ଭାଙ୍ଗି ଲବଣଗିରି ଉପରେ ନିଜ ମନ୍ଦିରକୁ ବାହୁଡ଼ି ଯାଇଛନ୍ତି। ଲବଣଗିରି ଜଗନ୍ନାଥ କ୍ଷେତ୍ରରେ ତଥା ପାଞ୍ଚଗାଁ ଗୁଣ୍ଡିଚା ମନ୍ଦିର ଠାରେ ମହାପ୍ରଭୁ ଙ୍କର ଏହି ମାନବୀୟ ଲୀଳା ଦେଖିବାକୁ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ଼ ଜମିଥିଲା ।

Exit mobile version