Home Uncategorized ଗଜପତି ଜିଲ୍ଳାର ରାମଗିରି ଠାରେ ରେଜାଙ୍ଗଲା ସହିଦ ମାଟି କଳସ କୁ ସ୍ବାଗତ ସମ୍ବର୍ଦ୍ଧନା by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଲଦାଖ ସ୍ଥିତ ରେଜାଙ୍ଗଲା ସହିଦ ମାଟିରୁ ବାହାରିଥିବା କଳସ ଯାତ୍ରାକୁ ଆଜି ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ ରାମଗିରି ଗୋପାଳ ସମାଜ ପକ୍ଷରୁ ରାମଗିରି ହାଟପଦା ସ୍ଥିତ ଗାନ୍ଧୀ ଛକ ଠାରେ ସ୍ବାଗତ କରାଯାଇଛି । ସ୍ଥାନୀୟ ଜନପ୍ରତିନିଧ୍, ବୁଦ୍ଧିଜୀବୀ, ଗୋପାଳ ସମାଜ କାର୍ଯ୍ୟକର୍ତ୍ତା ଓ ଗୌଡ଼ ସାହିର ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ନାମ ସଂକୀର୍ତନ ସହ ଯୋଗଦେଇ ସହିଦ ପୀଠରୁ ଆସିଥିବା କଳସକୁ ଶୋଭାଯାତ୍ରାରେ ହାଟପଦା ସ୍ବାଗତ କରି ରାମଗିରି ନଗର ପରିକ୍ରମା କରିଥିଲେ । ପରେ ଗୌଡ଼ସାହି ସ୍ଥିତ ଗୋପାଳ କୋଠଘର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକରେ – ଗୋପାଳ ସମାଜ ପକ୍ଷରୁ ସରକାରଙ୍କ ନିକଟରେ କରାଯାଇଥିବା ଅହୀର ରେଜିମେଣ୍ଟ ସ୍ଥାପନ, ଜନଗଣନା ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା ଦାବି ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯାକ୍ରମରେ ନିଖୂଳ ଓଡିଶା ଯାଦବ ମହାସଂଘର ଯୁବ ସଭାପତି ଅମର ନାୟକ, ଗଞ୍ଜାମ ଜିଲ୍ଲା ବଡଖେମୁଣ୍ଡି ତାଳୁକାର ସଭାପତି ତଥା ରାଜ୍ୟ ଯାଦବ ମହାସଂଘ ସମ୍ପାଦକ ମୋହନ ମହାଙ୍କୁଡ, ରାଜ୍ୟ ଯାଦବ ମହାସଂଘ ଉପ ସଭାପତି ହୃଷିକେଶ ଗୌଡ଼, ଗଜପତି ଜିଲ୍ଲା ଯାଦବ ସମାଜ ସଭାପତି ଖଦାଳ ଗୌଡ଼ ପ୍ରମୁଖ ଆଜିର ମୁଖ୍ୟ ଆକର୍ଷଣ ଥିଲେ । ରା.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧୂକାରୀ ଲୋରିମନ ଖର୍ସେଲ, ରାମଗିରି ଥାନା ଅଧୂକାରୀ ଲୋରିମନ ଖର୍ସେଲ, ରାମଗିରି ଥାନା ଅଧୂକାରୀ ଡି.ଗଜପତି ଦୋରା ଉପସ୍ଥିତ ତଥା ମଞ୍ଚାସୀନ ଥିଲେ । ସେହି ପରି ଜିଲ୍ଲାର ସମସ୍ତ ପରିଚାଳନା ପରିଷଦର ସମସ୍ତ କର୍ମକର୍ତ୍ତା ଓ ରାମଗିରି, ଗୁମ୍ଫା ତାଳୁକାର ସମସ୍ତ କର୍ମକର୍ତ୍ତା ଓ ମୁଠା ଅଧୂକାରୀଙ୍କ ସମେତ ବହୁ ଗୋପାଳ ସମାଜ ସଦସ୍ୟ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆନନ୍ଦ ଗୌଡ଼, ତାରିଣୀ ଚରଣ ଗୌଡ଼, ରାଜେଦ୍ର ଗୌଡ଼, ବଲ୍ଲଭ ଗୌଡ଼ ଓ ଅଭିରାମ ଚୌଧୁରୀ ପରିଚାଳନା କରିଥିବାବେଳେ ଗୌଡ଼ ସାହିର ସମସ୍ତ ଯୁବକ ଏବଂ ବ୍ୟକ୍ତିବିଶେଷମାନେ ସହଯୋଗ କରିଥିଲେ I Categories: Uncategorized Related Content ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026 ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ by Proprietor Abhimanyu Maharana March 8, 2026 Centurion University Partners with Australian Tech Pioneer "Saveful" to Launch National Food-Saving Movement in India by Proprietor Abhimanyu Maharana January 29, 2026 ଅଭିକର୍ତ୍ତା ବୃତ୍ତି ସୁରକ୍ଷା ଦିବସ ପାଳିତ by Proprietor Abhimanyu Maharana January 25, 2026 ଗୋବିନ୍ଦ ଗୋଧାମ ଗୋଶାଳାରେ ପଦ୍ମ ବିଭୂଷଣ ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟଙ୍କ ୭୭ ତମ ଜନ୍ମ ଜୟନ୍ତୀ by Proprietor Abhimanyu Maharana January 17, 2026