Home Uncategorized ଗଜପତି ଜିଲ୍ଲାର ମୋହନା ଥାନା ଅଂଚଳରୁ ଗଞ୍ଜେଇ ଅଭିଯୁକ୍ତକୁ ଧରିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମ୍ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ଥାନା ଲବରସିଂ ଗାଁର ଜଣେ ଗଞ୍ଜେଇ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଟିମ I ଗିରଫ ଅଭିଯୁକ୍ତ ହେଲେ ଲବରସିଂ ଗାଁର ଭାରିମାଲ ନାୟକ (୩୮) ଦିଲ୍ଲୀରୁ ଆସିଥିବା କ୍ରାଇମ ବ୍ରାଞ୍ଚ ଟିମ ଭାରିମାଲ କୁ ଗିରଫ କରିବା ପରେ ମୋହନା କୋର୍ଟ ରେ ହାଜର କରିଛନ୍ତି । ଏହାପରେ ଦିଲ୍ଲୀ ନେଇଯାଇଛନ୍ତି । ଦିଲ୍ଲୀ ଚାଣକ୍ୟପୁରି କ୍ରାଇମ ବ୍ରାଞ୍ଚର ସବ ଇନ୍ସପେକ୍ଟର ରାଜେନ୍ଦ୍ର ଢାକାଙ୍କ ସୂଚନା ପ୍ରକାରେ ଗତ ୨୩ ତାରିଖ ଦିନ ଦିଲ୍ଲୀ ପୁଲିସ ଏକ ଟ୍ରକ ସହ ୨୮୮ କିଲୋ ଗଞ୍ଜେଇ ଜବତ କରିଥିଲା ଏହି ଗଞ୍ଜେଇ ଚଲାଣରେ ସମ୍ପୃକ୍ତ ହରିଆଣାର ୨ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ । ତେବେ ୧୫୫/୨୫ ରେ ମାମଲା ରୁଜୁ କରିବା ସହ ଏହି ଗଞ୍ଜେଇ କାରବାରର ଚେର କେତେଦୂର ଲମ୍ବିଛି ତାହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚକୁ ଦେଇଥୁଲା ଦିଲ୍ଲୀ ପୁଲିସ ଗିରଫ ଅଭିଯୁକ୍ତ ମାନଙ୍କୁ କ୍ରାଇମ ବ୍ରାଞ୍ଚର ଜେରା ପରେ ଉକ୍ତ ଗଞ୍ଜେଇ ମୋହନା ଥାନା ଲବରସିଂ ଗାଁର ଭାରିମାଲଙ୍କ ଠାରୁ ନେଇଥିବା ନେଇ ଗିରଫ ଅଭିଯୁକ୍ତ ମାନେ କ୍ରାଇମ ବ୍ରାଞ୍ଚକୁ ସୂଚନା ଦେଇଥିଲେ । ସେମାନଙ୍କ ସୂଚନାକୁ ଆଧାର କରି ସୋମବାର ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ସବ-ଇନ୍ସପେକ୍ଟର ରାଜେନ୍ଦ୍ର ଢାକାଙ୍କ ନେତୃତ୍ୱରେ ୫ ଜଣିଆ ଟିମ ମୋହନା ଥାନା ପୁଲିସ ସହାୟତାରେ ଲବର ସିଂ ଗାଁରେ ଚଢ଼ାଉ କରି ଭାରିମାଲକୁ ଗିରଫ କରିଥିଲେ l Categories: Uncategorized Related Content ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 6, 2026 ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026