— ପରିତ୍ୟକ୍ତ କୁଅଁରୁ ଯୂବକଙ୍କ ଗଳିତ ଶବ ଉଦ୍ଧାର
— ପ୍ରେମ ପାଇଁ ବଳି ପଡିଲେ କୁଞ୍ଜ
— ଲୁହା ରଡ୍ରେ ମାଡ଼ ଦେଇ ହତ୍ୟାପରେ ପିଙ୍ଗି ଦେଲେ କୁଅଁରେ
— ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ସହରର ଆଶ୍ରମପଡା ନିକଟରେ ଥିବା ପୁରୁଣା ସିମେଂଟ କାରଖାନା ପଛପଟେ ଥିବା ଶାଗୁଆନ ଜଙ୍ଗଳ ଭିତରର ଏକ ପରିତ୍ୟକ୍ତ କୁଅଁରୁ ରବିବାର ଏକ ଗଳତ ଶବକୁ ଠାବ କରିଥିଲେ ଗ୍ରାମବାସୀ । ତେବେ ଘଟଣା ପରେ ପୁଲିସ ପଂହଚି ଏହାର ତଦନ୍ତ କରିବା ସହ କୁଅଁ ଭିତରେ ଥିବା ଶବକୁ ଉଦ୍ଧାର କରି ତଦନ୍ତ କରୁଥିଲା । ତେବେ ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲା । ଏଥିରେ ସଂପୃକ୍ତ ରହିଥିବା ମୁଖ୍ୟ ଅଭିଯୂକ୍ତ ସତ୍ୟ ନାଗ(୨୦) ଓ ସହଯୋଗୀ ଶଙ୍କର ଖର୍ସେଲ(୧୮)କୁ ଗିରଫ କରି କୋର୍ଟ ଚାଳାଣ କରିଥିବା ସୁଚନା ଦେଇଛନ୍ତି ବଲାଙ୍ଗିର ଅତିରିକ୍ତ ଏସପି ଆଲୋକ ଜେନା ।
