ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶରଧାବାଲି ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ 45ତମ ହେରାପଞ୍ଚମୀ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ସାଂସଦ ସମ୍ବିତ ପାତ୍ର ସମାରୋହ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଦ ଘାଟନ କରିଥିବା ବେଳେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧାୟକ ରୁପେଶ ପାଣିଗ୍ରାହୀ, ଦୁଷ୍ମନ୍ତ କୁମାର ସ୍ବାଇଁ,ହାଇଟେକ୍ ମେଡିକାଲ୍ କଲେଜର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ,ସମାଜସେବୀ ପଙ୍କଜ ଲୋଚନ ମହାନ୍ତି,କିଶୋର କୁମାର ରାଉତ,ଧର୍ମେନ୍ଦ୍ର ଗୁପ୍ତା, ଡ ସାରଦା ମିଶ୍ର,ଦୀପକ ମହାନ୍ତି,ଶରତ ମହାନ୍ତି,ନୀଳାଦ୍ରି ଭୂଷଣ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।

