ପାଗଳ କୁକୁର କାମୁଡ଼ାରେ ୩ ମହିଳା ଗୁରୁତର

ଆର,ଉଦୟଗିରି  (ଓଡ଼ିଶା ତାଜା ନ୍ୟୁଜ୍) :-  ପାଗଳ କୁକୁର କାମୁଡ଼ାରେ ୩ ମହିଳା ଗୁରୁତର । ଗଜପତି ଜିଲ୍ଲା ଅଡବା ଥାନା ଗୁଲୁବା ଗାଲିମେରା ଗାଁରେ ବୁଲି ବୁଲି ପାଗଳା କୁକୁର କାମୁଡ଼ାରେ ଗାଁର ତିନି ଜଣ ମହିଳା ଗୁରୁତର ଭାବେ ଆହତ ହୋଇ ଅଡବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତି ହୋଇଛନ୍ତି lଆହତମାନେ ହେଲେ ଗୁଲୁବା ପଂଚାୟତ ନିକଟସ୍ଥ ଗାଲିମେରା ଗାଁର ସାରା ମାଝୀ ବୟସ 50 ରଜନୀ ମାଝୀ ବୟସ -22 ଓ ମୋହନି ରଇତ ବୟସ-22 l ଏଥିସହ କୁକୁରଟି ଦୁଇଟି ଗାଈକୁ ମଧ୍ଯ କାମୁଡି ଦେଇଛି lସାନ୍ଧ୍ୟ ସମୟରେ ଗାଁ ଦାଣ୍ଡରେ ମହିଳାମାନେ ଛିଡ଼ା ହୋଇଥିବା ବେଳେ ହଠାତ୍ କୁକୁରଟି ଆସି ଗୋଡେଇ ଗୋଡେଇ ମହିଳାମାନଙ୍କୁ କାମୁଡ଼ି ଦେଇଥିଲା l ଗୁରୁତର ଅବସ୍ଥାରେ ପରିବାର ଲୋକେ ସେମାନଙ୍କୁ ଅଡବା ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି l ମହିଳାମାନେ ବର୍ତ୍ତମାନ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି l

Exit mobile version