Home ଓଡ଼ିଶା ବିଜେପି କର୍ମୀଙ୍କ ଜଙ୍ଗଲ ରାଜ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୁରିଛି. ଏହାମଧ୍ୟରେ ସବୁଠି ଅରାଜଗତା ଦେଖାଦେବା ସହ ମୋହନ ସରକାରକୁ ବଦନାମ କରିବାକୁ ଗୋଟିଏ ଗୋଷ୍ଟୀ ଲାଗିପଡିଛନ୍ତି. ଏଥିରୁ ଜଣା ପଡୁଛି ରାଜ୍ୟ ବିଜେପିରେ ଅନ୍ତଃକନ୍ଦଳ ଉଗ୍ରରୂପ ନେଉଛି ବୋଲି ରାଜନୈତିକ ସମୀକ୍ଷକ ମାନେ କୁହନ୍ତି. ସୋମବାର କିଛି ବିଜେପି କର୍ମୀ ବିଏମସି ଅଫିସ୍ରେ ପଶିଲେ । କଲର୍ ଧରି ଚେୟାରରୁ ଘୋଷାରି ଆଣିଲେ । ଧକ୍କା ମାରି ତଳେ ପକାଇଲେ। ଚପଲରେ ପିଟିଲେ । ଅତି ଅମାନୁଷିକ ଭାବେ ମୁହଁ, ଛାତି ଓ ପେଟକୁ ବିଧା ଗୋଇଠା ମାରି ଚାଲିଲେ । ବିଏମ୍ସି କାର୍ଯ୍ୟାଳୟ ଭିତରେ ଖୋଦ୍ ବିଏମ୍ସି ଅତିରିକ୍ତ କମିସନର ରତ୍ନାକାର ସାହୁଙ୍କୁ ଏଭଳି ମାଡ଼ ଓ ଦୁର୍ବ୍ୟବହାର ଓଡ଼ିଶାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ବିଜେଡି କର୍ପୋରେଟରଙ୍କ ସମେତ ବରିଷ୍ଠ ନେତା ବିଏମ୍ସି କାର୍ଯ୍ୟାଳୟ ଆଗରେ ପ୍ରାୟ ୨ ଘଣ୍ଟା ରାସ୍ତାରୋକ ସହ ପ୍ରକୃତ ଦୋଷୀକୁ ଗିରଫ ଦାବି କରିଥିଲେ। ଅନ୍ୟପଟେ ଖାରବେଳନଗର ଥାନାରେ ରୁଜୁ ହୋଇଥିବା ମାମଲା ଆଧାରରେ ୨୯ ନମ୍ବର ୱାର୍ଡର ବିଜେପି କର୍ପୋରେଟର୍ ଜୀବନ ରାଉତ, ରଶ୍ମି ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଛି । ବିଏମସି ଅତିରିକ୍ତ କମିସନରଙ୍କ ଆକ୍ରମଣ ଘଟଣାକୁ ମୁଁ ନିନ୍ଦା କରିଛି। ଏହା ମୋତେ ମଧ୍ୟ ମର୍ମାହତ କରିଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହାକୁ ଆମ ସରକାର ନିନ୍ଦା କରୁଛି। ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ତାଙ୍କୁ ସରକାର କ୍ଷମା କରିବେ ନାହିଁ। ଆକ୍ରମଣକାରୀଙ୍କ ଭିତରୁ ୩ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ନବୀନ କହିଛନ୍ତି, ଏଇ ଘଟଣାର ଭିଡିଓ ମୋତେ ଶକ୍ତ ଆଘାତ ଦେଇଛି । ଜଣେ ବରିଷ୍ଠ ଓଏଏସ ଅଧିକାରୀ ଅତିରିକ୍ତ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କୁ ଯେଉଁ ଭଳି ନିର୍ମମ ଭାବେ ଆକ୍ରମଣ କରାଯାଇଛି ତାହା ଅତ୍ୟନ୍ତ୍ୟ ନିନ୍ଦନୀୟ । ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବିଜେପି କିମ୍ବା ସରକାର ଏପରି କାର୍ଯ୍ୟ ଓ ବିଚାରଧାରା ସହ କୌଣସି ରୂପେ ସଂଶ୍ଲିଷ୍ଟ ନୁହନ୍ତି। ପ୍ରୋତ୍ସାହନ ମଧ୍ୟ କରନ୍ତି ନାହିଁ। କାର୍ଯ୍ୟରତ ଅଧିକାରୀଙ୍କୁ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଓ ଘୃଣ୍ୟ କାର୍ଯ୍ୟ। ଏଥିରେ ସମ୍ପୃକ୍ତ ଦୁବୃର୍ତ୍ତଙ୍କ ବିରୋଧରେ ଅବଶ୍ୟକୀୟ ଆଇନଗତ ତଥା ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ନିତ୍ୟାନ୍ତ ଆବଶ୍ୟକ। କାର୍ଯ୍ୟରତ ଅଧିକାରୀଙ୍କୁ ନିଜର କାର୍ଯ୍ୟ ନିଷ୍ଠା ଓ ସାହସର ସହ କରୁଥିବାରୁ ସାଧୁବାଦ ଜଣାଉଛି। ଶୃଙ୍ଖଳା, ଅନୁଶାସନ ଓ ନିଷ୍ଠା ବିନା ସୁଶାସନ କିମ୍ବା ବିକାଶ ସମ୍ଭବ ନୁହେଁ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଘଟଣାକୁ ନିନ୍ଦା କରିବାସହ ଯିଏ ଦୋଷୀ ଦଣ୍ଡ ପାଇବ ବୋଲି କହିଛନ୍ତି. ବିଏମସି ଅଫିସର ଓ କର୍ମଚାରୀ ବି ଅନେକ ସମୟରେ ଲୋକଙ୍କୁ ଖରାପ ବ୍ୟବହାର କରୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ମତ ଦେଇଛନ୍ତି. ବିଜେପି ନେତା ଜଗନ୍ନାଥ ପ୍ରଧାନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଗୋଟିଏ ହାତରେ ତାଳି ବାଜେନାହିଁ. ଏସବୁ ଭିତରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି, ଦେଖିବାକଥା l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026