Home ଓଡ଼ିଶା ରାଜ୍ୟର ବନ୍ଦେ ଉତ୍କଳ ମହାସଂଘର କଟକରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସ୍ଥିତ ଗଡ଼ଗଡ଼ିଆ ଘାଟ ନିକଟ ଗଡଗଡିଆ ମହାଦେବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟର ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି ମହାସଂଘର କଟକ ଜିଲ୍ଲା କମିଟିର ଏକ ପ୍ରସ୍ତୁତି ବୈଠକ ଆଜି ରାଜ୍ୟ ସଂଘର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କଟକ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଅସହାୟ, ଅବହେଳିତ କଳାକାର ରହିଛନ୍ତି, କିନ୍ତୁ ସରକାରଙ୍କର ଦୃଷ୍ଟି ଆଢ଼ୁଆଳରେ ସେମାନେ ରହିଯାଇଛନ୍ତି । କିନ୍ତୁ ସରକାର ସେମାନଙ୍କୁ ଚିହ୍ନଟ କରୁନାହାନ୍ତି କି ସେମାନଙ୍କୁ ଭତା ସମେତ ବାସଗୃହ ଯୋଗାଣ, ଜୀବନ ବୀମା ଆଦି ସୁବିଧା ସୁଯୋଗ ଦେଉନଥିବାରୁ ବୈଠକରେ ଦୁଃଖ ପ୍ରକାଶ ପାଇଥିଲା। ଏହି ବୈଠକରେ ମହାସଂଘରେ ବହୁ କଳାକାର ଯୋଗ ଦେଇ ସଂଘରେ ସାମିଲ ହୋଇଥିଲେ । ଆୟୋଜିତ ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲା କମିଟି ନିମନ୍ତେ ଡ଼କ୍ଟର ଗ୍ୟାନଗୁରୁ ଦାସଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିବାବେଳେ ବିଶିଷ୍ଟ କବି ଓ କଳାକାର ମୂରଲୀଧର ଶତପଥୀଙ୍କୁ ସଭାପତି ଓ ନିବାସ ଚନ୍ଦ୍ର ମିଶ୍ରଙ୍କୁ ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିବା ପାଇଁ ସଙ୍ଗ ନିଷ୍ପତ୍ତି ନେଇଥିଲେ । ଯାହା ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ବୈଠକରେ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବ । ଏହି ବୈଠକରେ ମହାସଂଘର ସାଧାରଣ ସମ୍ପାଦକ ଵିନୋଦ କୁମାର ଭୋଇ ସଂଘର ବିଭିନ୍ନ ଆଭିମୂଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଉକ୍ତ ବୈଠକରେ ସଂଗଠନର ଉପସଭାପତି ପ୍ରସନ୍ନ ପାତ୍ର, ନିର୍ଦ୍ଦେଶକ ଚନ୍ଦ୍ର ଶେଖର ସାମଲ ,ପରିଚାଳନା ସମ୍ପାଦକ ମନୋରଂଜନ ପାତ୍ର, ଜିଲ୍ଲା ଉପସଭାପତି ରାଘବ ଚନ୍ଦ୍ର ବେହେରା, ରାଜ୍ୟ ଉପସଭାପତି ବିବେକାନନ୍ଦ ବେଉରା ପ୍ରମୁଖଙ୍କ ସମେତ ସଂଗଠନର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ । ବନ୍ଦେ ଉତ୍କଳ ମହାସଂଘ କଟକ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଦୁସ୍ଥ, ଅସହାୟ କଳାକାରଙ୍କୁ ଚିହ୍ନଟ କରି ସରକାରଙ୍କ ନିକଟରେ ସେମାନଙ୍କର ଦୁଃଖ ପହଞ୍ଚାଇବା ପାଇଁ ଦୃଢ଼ ନିଷ୍ପତି ନେଇଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ by Proprietor Abhimanyu Maharana September 26, 2026 ସିଆଇଆଇ ଓଡ଼ିଶା ମେଟାଲ୍ସ ଆଣ୍ଡ ମାଇନିଂ କନକ୍ଲେଭ୍ ୨୦୨୬ : ଭବିଷ୍ୟତ ପାଇଁ ଖଣି ଓ ଧାତୁ ଶିଳ୍ପର ରୂପରେଖ ପ୍ରସ୍ତୁତ by Proprietor Abhimanyu Maharana September 26, 2026 ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ସ୍କୁଲ୍ସ (AIMS) ଓଡ଼ିଶା ଚାପ୍ଟର ଏଆଇ, ଏକାଡେମିକ୍ସ ଓ ଗବେଷଣା ସହ ଏଣ୍ଟରପ୍ରାଇଜ୍ ରିସ୍କ ମ୍ୟାନେଜମେଣ୍ଟ ଉପରେ ଏକଦିନିଆ ଏଫ୍ଡିପି by Proprietor Abhimanyu Maharana September 26, 2026 ଶ୍ୟାମା କାଳୀ ପୂଜା ପାଇଁ ଶୁଭ ମାଟି ଅନୁକୂଳ by Proprietor Abhimanyu Maharana September 26, 2026 ବୟାଳିସମୌଜା ଚାନ୍ଦୁଲି ବଳି ବାମନ ପୀଠରେ ଭବ୍ୟ ବାମନ ଜନ୍ମ ଓ ସୁନିଆ ଉତ୍ସବ ସମ୍ପନ୍ନ by Proprietor Abhimanyu Maharana September 26, 2026 न्यूबर्ग डायग्नोस्टिक्स और प्रोलाइफ डायग्नोस्टिक्स ने ओडिशा में बेहतर और आधुनिक जांच सेवाओं का विस्तार करने के लिए साझेदारी की by Proprietor Abhimanyu Maharana September 25, 2026