Home ଓଡ଼ିଶା ଧାନ ଉଠିବା ନେଇ ଚାଷୀ ଆନ୍ଦୋଳନ ୩ ଟି ସ୍ଥାନରେ ରାଜରାସ୍ତା ଅବରୋଧ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ସୋମବାର ଦିନ ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ବିରୋଧ ରେ ବ୍ରହ୍ମଗିରି ବ୍ଲକ ବିଭିନ୍ନ ସୁସାଇଟି ଚାଷୀମାନେ ମିଟିତ ଭାବରେ ଭିନ୍ନ ଭିନ୍ନ ଯାଗାରେ ରାସ୍ତା ଅବରୋଧ କରିଛନ୍ତି । ପ୍ରଥମେ କିଛି ଚାଷୀ ପୁରୀ ସାତପଡ଼ା ୩୧୬ ଜାତୀୟ ରାଜପଥ ଜଗନାଥ ରୋଡ଼ ଠାରେ ଧାନ ବସ୍ତା ରଖି ରାସ୍ତା କୁ ଅବରୋଧ କରିଥିଲେ । ତାପରେ ବ୍ଳକ ଛକ ନିକଟରେ ଚାଷୀ ମାନେ ରଜ ରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ । ଅନ୍ୟ କିଛି ଚାଷୀ ବ୍ରହ୍ମଗିରି ଦେଲାଙ୍ଗ ରାସ୍ତାର ରାଏବିଧାର ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଆଜି ବ୍ରହ୍ମଗିରି ବ୍ଲକର ସମଗ୍ର ଚାଷୀ କୁଳ ନିଜର ଧାନ ବିକ୍ରୟ କରିବା ପାଇଁ ରାଜରାସ୍ତାକୁ ଓଲାହିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଜୁନୁ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଷୀ ମାନଙ୍କୁ ଦିଆଯାଇଥିବା ଟୋକନ ଅବଦି ରହିଥିଲା । ହେଲେ ମିଲର ମାନେ ଧାନ ନେବାର ଟାର୍ଗେଟ ନାହିଁ କହି ମଣ୍ଡିକୁ ଆସିଲେ ନାହିଁ । ଯେହେତୁ ଟୋକନ ଆଜି ସାରିଯାଉଛି ସେଥିପାଇଁ ଚାଷୀ ମନେ ସରକାରଙ୍କ ବିରୂଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏପରିକି ଧାନ ଙ ଉଠିବା ପର୍ଯ୍ୟନ୍ତ ସମସ୍ତେ ରାଜରାସ୍ତାକୁ ଅବରୋଧ କରି ରକ୍ଷା ଯିବ ବୋଲି ଚାଷୀ ମନେ କହିଛନ୍ତି । ଜଗନାଥ ରୋଡ଼ ରେ ବସିଥିବା ଚାଷୀ ପାଖକୁ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ରଜ କିଶ୍ୱର ଜେନା ଆସି ବୁଝା ସୁଝା କରିଥିଲେ ମଧ୍ୟ କୌଣସି ସଫଳ ମିଳି ନ ଥିଲା । ଅନ୍ୟ ଦୁଇଟି ଯାଗାରେ ଚାଷୀ ମନେ ରାସ୍ତା ଅବରୋଧ କରିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀମାନେ ଆସିନାହାନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ରାଜରାସ୍ତ ଅବରୋଧ ହୋଇ ରହିଛି । ସେପଟେ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ । ଏହାକୁ ନେଇ ଚାଷୀମାନେ ବେଶ୍ ଖୁସି ହୋଇ ଯାଇଥିଲେ। ଉତ୍ସାହିତ ହୋଇ ଚାଷ କରିଥିଲେ। ହେଲେ ଏବେ ବିକ୍ରି କରିବା ବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି । ମଣ୍ଡିରେ ଅନେକ ଅବ୍ୟବସ୍ଥା ଧାନ ରଖିଥିବା ଦେଖିବାକୁ ମିଳୁଛି। ମିଲର୍ମାନେ ଧାନ ଉଠାଉ ନାହାନ୍ତି। କ୍ରିଣ୍ଟାଲ୍ କ୍ରିଷ୍ଣାଲ ଧାନ ପଡ଼ି ରହୁଛି। ଏଭଳି ସ୍ଥିତିରେ ବ୍ରହ୍ମଗିରି ବ୍ଲକ୍ରେ କ୍ରିଣ୍ଟାଲ ପିଛା ୧୦ କେଳି କଟ୍ନି ଛଟ୍ନି କରାଯାଉଛି । ଯାହାକୁ ନେଇ ଚାଷୀ ଅସନ୍ତୋଷ ତେଜିବାରେ ଲାଗିଥିଲା । ସବୁ ରାଇସ ମିଲରେ ମାନେ ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି । ଚଳିତ ମାସ ୨୩ ତାରିଖରେ ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବ୍ରହ୍ମଗିରି ବ୍ଲକ ଆସିଥିଲେ । ବ୍ରହ୍ମଗିରି ରେ ଘୋଷଣା କରିଥିଲେ ଯେ ଖୁବ ଶୀଘ୍ର ବାହାର ଜିଲ୍ଲା ରୁ ୧୭ଟି ମିଲର ଆସି ଧାନ ନେବାପାଇଁ କହିଥିଲେ । ଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଚାଷୀମାନେ କହିଛନ୍ତି । ସରକାରୀ ଧାନ କୁୟ କେନ୍ଦ୍ରରେ ଚାଷୀଙ୍କୁ ଶୋଷଣ ପାଇଁ ଆଦ୍ରତା ସହିତ ଅନ୍ୟ ବାହାନା ଦର୍ଶାଯାଇ କଟୁନି ଛଟ୍ନି କରାଯାଉଛି । ଏନେଇ ଯୋଗାଣ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ଯ କୌଣସି ପଦକ୍ଷେପ ନିଆଯାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧାନ ନଉଠିବା ପର୍ଯ୍ୟନ୍ତ ଆମ୍ବେ ମାନେ ରାଜରାସ୍ତା ରୁ ହତିବୁନାହିଁ ବୋଲି ଚାଷୀ ନେତା ମାନେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଭଗବାନ ନାୟକ ,ପ୍ରଫୁଲ୍ଲ କୁମାର ଜେନା,ନିର୍ମଳ ଜେନା ବାଳକୃଷ୍ଣ ପେଣ୍ଠଇ , ଯୁଦିଷ୍ଟିର ନାୟକ, ମେରୁ ପ୍ରଧାନ , ଚକ୍ରଧର ବାରିକି, ଅଖାରି ବାରାଳ, ପ୍ରମୋଦ କୁମାର ପ୍ରଧାନ , ଅକ୍ଷୟ କୁମାର ଜେନା ,ପ୍ରତାପ କୁମାର ସାହୁ, ସମେତ ଶହ ଶହ ଚାଷୀ ମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026