Home ଓଡ଼ିଶା ଘଞ୍ଚ ଜଙ୍ଗଲରେ ମାଓବାଦୀ – ସୁରକ୍ଷା କର୍ମୀ ଗୁଳି ବିନିମୟ : ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ମାଓ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲା ପୁଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ ହୋଇଛନ୍ତି। ଏଥିସହ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀ ଦ୍ଵୟ ମଙ୍କୁ ଏବଂ ଚନ୍ଦନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କନ୍ଧମାଳ ଜିଲାରେ ସକ୍ରିୟ ଥିବା ମାଓବାଦୀ ଗ୍ରୁପର ମଙ୍କୁ ଏସିଏମ କ୍ୟାଡର ଏବଂ ଚନ୍ଦନ ପାର୍ଟି ସଦସ୍ୟ ବୋଲି ପୁଲିସ ପ୍ରାରମ୍ଭିକ ସୂଚନା ପାଇଛି। ଗୁଇନ୍ଦା ସୂଚନା ଅନୁସାରେ, ବାଲିଗୁଡା ଥାନା ଅଧୀନସ୍ତ ଇନ୍ଦ୍ରିସୁଗା ସଂରକ୍ଷିତ ଜଙ୍ଗଲ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଜିଲା ପୁଲିସ ଗୁଇନ୍ଦା ସୂତ୍ରରୁ ଖବର ପାଇଥିଲା। ଏହାପରେ କନ୍ଧମାଳ ଏସପି ହରିଶ ବି.ସିଙ୍କ ନିର୍ଦ୍ଦେଶକ୍ରମେ ଜିଲାର ଡିଭିଏଫ ଯବାନ ଟିମ୍ ସମ୍ପୃକ୍ତ ଅଞ୍ଚଳରେ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ସମୟରେ ଡିଭିଏଫ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ମଙ୍କୁ ଏବଂ ଚନ୍ଦନଙ୍କ ମୃତ୍ୟୁ ଘଟିଛି। ପୁଲିସ ଉଭୟଙ୍କ ମୃତଦେହ ଜବତ କରିବା ସହ ଅଦ୍ୟାବଧି ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ଏସଓ଼ଜି, ଡିଭିଏଫ, ଏବଂ ସିଆରପିଏଫ ର ମିଳିତ ଅପେରସନ ଜୋରଦାର ଜାରୀ ରହିଛି। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026 ସ୍ୱାସ୍ଥ୍ୟ, ଶିକ୍ଷାଠାରୁ ଆରମ୍ଭ କରି ପରିବେଶ ସୁରକ୍ଷା ଓ ଅସହାୟ ବୃଦ୍ଧବୃଦ୍ଧାଙ୍କ ସେବାକୁ ଗୁରୁତ୍ୱ by Proprietor Abhimanyu Maharana September 26, 2026 ଗଜପତି ଜିଲ୍ଲାରେ ସମବାୟସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 26, 2026 ଭୁବନେଶ୍ବର ରୁ ଗୁଣୁପୁର ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଆନ୍ଧ୍ରର ଟେକାଲି ନିକଟରେ ରେଳ ଧାରଣାରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ଜଣେ ଗୁରୁତର by Proprietor Abhimanyu Maharana September 26, 2026