Home ଓଡ଼ିଶା ଖବର ପ୍ରକାଶ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଙ୍କ ସାମଗ୍ରୀ ଫେରାଇଲେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରାବାସ ମରାମତି କରାଯିବା ସମୟରେ ଗତ ଛୁଟି ପୂର୍ବରୁ ସପ୍ତମ ଓ ଅଷ୍ଟମ ଛାତ୍ରଙ୍କ ଛାତ୍ରାବାସରେ ରହିଥିବା ଟ୍ରଙ୍କ ସମେତ ପାଠ୍ୟ ପୁସ୍ତକ, ପୋଷାକ ଆଦି ଏଣେତେଣେ ଫିଙ୍ଗି ଦିଆଯାଇଥିଲା । ଏ ସମ୍ପର୍କରେ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଥିଲେ। ଶନିବାର ଜଣେ ଅଭିଭାବକ ସୁଦର୍ଶନ ପ୍ରଧାନ ତାଙ୍କ ପୁଅଙ୍କ ସାମଗ୍ରୀ ମିଳି ନ ଥିବା ଓ ତାଙ୍କ ପୁଅ ଆଜି ତାଙ୍କ ବାପା ଛାତ୍ରାବାସ ଯିବା ସମୟରେ ସମସ୍ତ ଘଟଣା ଜଣାଇବା ପରେ ଏ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା ପ୍ରଶାସନ ତତ୍ପର ପ୍ରକାଶ କରି ଛାତ୍ରଙ୍କ ହଜିଯାଇଥିବା ସାମଗ୍ରୀ ଫେରାଇଥିଲେ ଓ ଏନେଇ ଛାତ୍ରଙ୍କ ଏକ ଭିଡିଓ କରି ସେ ନିଜ ସାମଗ୍ରୀ ଫେରିପାଇଥିବା ଭାଇରଲ କରାଯାଇଥିଲା। ବାଲିଗୁଡା ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ )ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତାଗିଦ କରିବା ସହ ଏଭଳି ପିଲାଙ୍କ ସାମଗ୍ରୀ ନ ଫିଙ୍ଗି ତାକୁ ସଠିକ ଭାବରେ ରଖାଯିବା ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026