ଉତ୍କଳ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଖାଦ୍ୟ ବଣ୍ଟନ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ରଥଯାତ୍ରା ଅବସରରେ ଉତ୍କଳ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ପୁରୀ ବଡଶଙ୍ଖ ନିକଟରେ ମାନବସେବା ଭାବେ ମାନବିକତା ନିଗଦର୍ଶନ ସ୍ବରୂପ ଭକ୍ତ ମାନଙ୍କ ପାଇଁ ନିଃଶୁଳ୍କ ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ହଜାର ହଜାର ଭକ୍ତଙ୍କୁ ଉଚିତ ବ୍ୟବସ୍ଥାରେ ମାନ୍ୟତା ଓ ସ୍ନେହସହିତ ଖାଦ୍ୟ ପରିବେଶନ କରାଯାଇଥିଲା । ସଂଘର ୧୦୦ ରୁ ଅଧିକ ସ୍ୱେଚ୍ଛାସେବୀ ମାନେ ଭାବେ ଏଥ‌ିରେ ଅଂଶଗ୍ରହଣ କରି ଭକ୍ତମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ବ୍ୟବସ୍ଥା ମାଧ୍ୟମରେ ଖାଦ୍ଯ ବଣ୍ଟନ କରିଥିଲେ ।

ସଂଘର ସଭାପତି ଯୁଧିଷ୍ଠିର ବିଶ୍ବାଳ, କାର୍ଯ୍ୟକାରୀ ସଭାପତି ଅମିତ୍ ମହାପାତ୍ର ଓ ସାଧାରଣ ସମ୍ପାଦକ ସୁଧୀର କୁମାର ସାହୁଙ୍କ ମିଳିତ ନେତୃତ୍ବରେ ଏହି ଉଦ୍ୟମ ଉତ୍ତମ ଓ ସଫଳ ଭାବରେ ଅନୁଷ୍ଠିତ ହୋଇଥିଲା । ସଂଘ ପକ୍ଷରୁ ଏହି ଉଦ୍ୟମକୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭାବେ ଗ୍ରହଣ କରି ସମସ୍ତ ସଦସ୍ୟ ଓ ସ୍ଵେଚ୍ଛାସେବୀଙ୍କୁ ମାନେ ହୃଦୟର ସହ ସେବା ଯୋଗାଇଥିଲେ । ଆଗକୁ ଅଧିକ କ୍ଯାମ୍ପ କରି ସେବା ଯୋଗାଇବା ପାଇଁ ସଂଘ ଇଚ୍ଛାପ୍ରକାଶ କରିଛି । ଏହି ଖାଦ୍ଯ ସେବନ କରି ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଅନୁଷ୍ଠାନକୁ ଭୂୟଂସୀ ପ୍ରଶଂସା କରିବା ସହ ଖୁସିବ୍ଯକ୍ତ ହୋଇଥିଲେ ।

Exit mobile version