ସମ୍ବିଧାନ ବଞ୍ଚାଅ ସମାବେଶ

ଜୟ ଭୀମ | ଜୟ ବାପୁ | ଜୟ ସମ୍ବିଧାନ |

କୋରାପୁଟ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଜୟପୁର ସ୍ଥିତ ଦଶହରା ପଡ଼ିଆ ଠାରେ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏବଂ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲାଲ୍ଲୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ସରକାରଙ୍କ ନାରୀ ନିର୍ଯ୍ୟାତନା,ଶାସକ ଦଳର ଅସାମ୍ବିଧାନିକ କାର୍ଯ୍ୟ, ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦରେ ହଜାର ହଜାର ଲୋକଙ୍କୁ ନେଇ ଏକ ମହା ସମାବେଶ ଅନୁଷ୍ଠିତ ହେଇଥିଲା | ଏହି କାର୍ଯ୍ୟକ୍ରମରେ ସନମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ ମାନ୍ୟବର ସାଂସଦ କୋରାପୁଟ ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲାକା,ମାନ୍ୟବର ବିଧାୟକ ଜୟପୁର ଶ୍ରୀ ତାରା ପ୍ରସାଦ ବାହିନୀପତି CLP Leader ତଥା ମାନ୍ୟବର ବିଧାୟକ ପୋଟାଙ୍ଗୀ ଶ୍ରୀ ରାମ ଚନ୍ଦ୍ର କାଡ଼ାମ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି, ମାନ୍ୟବର ବିଧାୟକ ଲକ୍ଷ୍ମୀପୁର ଶ୍ରୀ ପବିତ୍ର ସାଉଁନ୍ତା,ମାନ୍ୟବର ବିଧାୟକ ଚିତ୍ରକୋଣ୍ଡା ଶ୍ରୀ ମଙ୍ଗୁ ଖିଲ, ମାନ୍ୟବର ବିଧାୟକ ରାୟଗଡ଼ା ଶ୍ରୀ କାଡ୍ରାକା ଆପଲସ୍ୱାମି, ଛାତ୍ର ଏବଂ ଯୁବ କଂଗ୍ରେସ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଂଗ୍ରେସ ପ୍ରେମୀ ଉପସ୍ଥିତ ଥିଲେ l

Exit mobile version