ମହାପ୍ରଭୁ ଜଗନ୍ନାଥଙ୍କର ଓଡ଼ିଶାରେ ସ୍ୱରାଜ ନାହିଁ ସାଧାରଣ ଲୋକଙ୍କ କଥା ପଚାରେ କିଏ? ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଥିବା ଦଳ ଆଦାନୀଙ୍କ ପାଇଁ ମହାପ୍ରଭୁଙ୍କ ରଥ ଅଟକାଇ ଦେଲେ : ଭକ୍ତ ଚରଣ ଦାସ
ଓଡ଼ିଶାରେ ସମ୍ପଦ ଭରି ରହିଥିବାବେଳେ ଓଡ଼ିଶା ଲୋକ ଗରୀବ କାହିଁକି : ଅଜୟ କୁମାର ଲଲୁ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ରୋଟାରୀ ଭବନ ଠାରେ ଓଡ଼ିଶା ସ୍ୱରାଜ ଅଭିଯାନ ଆନୁକୁଲ୍ୟରେ “ଓଡ଼ିଶା ସ୍ୱରାଜ ପୁରସ୍କାର-୨୦୨୫” ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଶାର ପୁର୍ବତନ ପ୍ରଭାରୀ ତଥା ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ବି.କେ ହରିପ୍ରସାଦ ଯୋଗ ଦେଇ କହିଥିଲେ ଯେ ବିଜେପି ଜାତି ଜନଗଣନାକୁ ବିରୋଧ କରୁଥିଲା । ମାତ୍ର ଲୋକସଭାରେ ବିରୋଧ ଦଳର ନେତା ଜନନାୟକ ରାହୁଲ ଗାନ୍ଧୀଙ୍କ ସଂସଦ ଭିତରେ ଓ ବାହାରେ କ୍ରମାଗତ ଭାବେ ଜନଗଣନା କରିବାକୁ ଦାବି କରିଆସୁଥିଲେ ।

ଦକ୍ଷିଣ ଓଡ଼ିଶାରେ ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରତିଶତ ଅଧିକା ଥିବାରୁ ସେ ଅଂଚଳରେ ବିକାଶ ଘଟିଛି ଏବଂ ସେ ଅଂଚଳରେ ଜନସାଧାରଣଙ୍କର ଜୀବନ ଧାରଣର ମାନ ଅନ୍ୟ ରାଜ୍ୟ ଅପେକ୍ଷା ବହୁତ ଭଲ । ଏପରିକି ତଥାକଥିତ ଗୁଜୁରାଟ ଜୀବନଧାରଣର ମାନ ତାମିଲନାଡୁ ଜନସାଧାରଣଙ୍କ ଠାରୁ ବହୁତ ଖରାପ । ଓଡ଼ିଶାରେ ଓବିସି ମାନଙ୍କୁ ସଂରକ୍ଷଣରେ ବହୁତ ଅନ୍ୟାୟ କରାଯାଇଛି ।
ସେଥିପାଇଁ ଏଠାରେ ବହୁୂତ ସଂପଦ ଥିଲେ ମଧ୍ୟ ଲୋକେ ବହୁତ ଗରୀବ ହୋଇ ରହିଛନ୍ତି । ଏସ୍.ସି. ଓ ଏସ୍. ଟି ଓ ଓବିସି ମାନଙ୍କ ସଂଖ୍ୟା ଅନୁସାରେ ସଂରକ୍ଷଣ ମିଳିଲେ ଓଡ଼ିଶାର ଜନସାଧାରଣ ବିକାଶ ହୋଇପାରିବ ବୋଲି ଶ୍ରୀ ହରିପ୍ରସାଦ ମତପ୍ରକାଶ କରିଥିଲେ । ତେଣୁ ଜାତି ଜନଗଣନା ସାରା ଦେଶରେ ନିତ୍ୟାନ୍ତ ଜରୁରୀ ଓ ଜାତିଜନଗଣନା ହେବା ଫଳରେ ଠିକ୍ ଲୋକଙ୍କ ପାଖରେ ସରକାରୀ ସୁବିଧା ସୁଯୋଗ ମିଳିବ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଯୋଗ ଦେଇ କହିଥିଲେ ଯେ, ଏଠି ମହିଳା ଏସ୍.ସି.,ଏସ.ଟି ଓ ଓବିସିଙ୍କ ପ୍ରତି ବହୁତ ଅନ୍ୟାୟ ହୋଇଛି । ଯେଉଁଟି ଶିଳ୍ପ କଳକାରଖାନା ହେଉଛି ଆଂଚଳିକ ଲୋକ କୌଣସି ସୁବିଧା, ସୁଯୋଗ ନ ପାଉଥିବାବେଳେ ବାହାର ଲୋକ ତା’ର ଆସି ସେଠି ଆଧିପତ୍ୟ ଜମାଇ ଧନୀ ହେଉଛନ୍ତି । ତେଣୁ ଓଡ଼ିଶାର ଜନସାଧାରଣ ରାଜରାସ୍ତାରେ ଆନ୍ଦୋଳନ କରିବାର ସମୟ ଆସିଛି ବୋଲି ଶ୍ରୀ ଲଲୁ କହିଥିଲେ ।
ଅନୁରୁପ ଭାବେ ଉକ୍ତ କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଓଡ଼ିଶାରେ ସ୍ୱରାଜ ଅଭିଯାନ ପୁରସ୍କାର-୨୦୨୫ ଉତ୍ସବ ପାଳନ କରୁଥିବାବେଳେ ସ୍ୱୟଂ ମହାପ୍ରଭୁ ଜଗନ୍ନାଥଙ୍କ ସ୍ୱରାଜ ନାହିଁ । ସରକାର ଆଦାନୀଙ୍କ ପାଇଁ ମହାପ୍ରଭୁଙ୍କ ରଥଟଣା ବନ୍ଦ କରିବାକୁ ମଧ୍ୟ ପଛାଉ ନାହାନ୍ତି । ମହିଳାଙ୍କ ପାଇଁ ଏ ସରକାର ସମ୍ବେଦନଶୀଳ ନୁହେଁ । ବିଧାନସଭାରେ କଂଗ୍ରେସ ବିଧାୟକମାନେ ରାଜ୍ୟରେ ନିଖୋଜ ହୋଇଥିବା ୬୪୦୦୦ ମହିଳାଙ୍କ ନ୍ୟାୟ ପାଇଁ ବିଧାନସଭା ଗୃହେ କମିଟି ଗଠନ କଲେ ନାହିଁ ।
କିନ୍ତୁ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଏପର୍ଯ୍ୟନ୍ତ ନିଳମ୍ବିତ କରିଛନ୍ତି ଏବଂ ପୁଲିସ ଲଗାଇ ମାଡ ମାରିବା ସହ ତାଙ୍କ ନାମରେ ଏବଂ କଂଗ୍ରେସ କର୍ମୀଙ୍କ ନାମରେ କେସ୍ ଦାୟର କରିଛନ୍ତି । ଆଦିବାସୀ ଏବଂ ପାରମ୍ପାରିକ ଅଧିବାସୀମାନେ ଜମି ଓ ଜଙ୍ଗଲର ମାଲିକ ହୋଇଥିବାବେଳେ ସେମାନଙ୍କୁ ତାଙ୍କ ହକ୍ ଏପର୍ଯ୍ୟନ୍ତ ମିଳିନି । ସ୍ୱୟଂ ମହାମହିମ ରାଷ୍ଟ୍ରପତିଙ୍କ ଅଂଚଳ ରାଇରଙ୍ଗପୁରରେ ଏୟାରଷ୍ଟ୍ରିପ୍ ପାଇଁ ରାସ୍ତା କରିବା ନେଇ ନିରୀହ ଆଦିବାସୀମାନଙ୍କୁ ବେଆଇନ୍ ଭାବେ ବିନା ଗ୍ରାମସଭାରେ ବିସ୍ତାପିତ କରାଯାଇଛି ।

ସମଗ୍ର ଓଡ଼ିଶାରେ ପାଖାପାଖି ୨୦ ଲକ୍ଷ ପରିବାର ପାଖରେ ଜମି ପଟ୍ଟା ନଥିବାରୁ ସେମାନେ ସରକାରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଂଚିତ ରହୁଛନ୍ତି । ପ୍ରକୃତ ସ୍ୱରାଜ ପାଇଁ ଆଜିର ଦିନରେ ଓଡ଼ିଶାବାସୀ ଲଢ଼ିବା ପାଇଁ ପ୍ରକୁଷ୍ଟ ସମୟ ଆସିଯାଇଛି ବୋଲି ଶ୍ରୀଯୁକ୍ତ ଦାସ କହିଥିଲେ । ସ୍ୱରାଜ ଆସିଲେ ଓଡ଼ିଶାବାସୀଙ୍କ ସମୃଦ୍ଧି ହେବ ଓ ଗରୀବି ଦୂର ହେବ । ଏହି ଅବସରରେ ଏକ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶାର ୨୫ ଜଣ ସୁ-ନାଗରିକ ପ୍ରଦୀପ କୁମାର ସାହୁ, ଅଞ୍ଜନ କୁମାର ଜେନା, ଡଃ ବିଶ୍ୱପ୍ରକାଶ ଭଟ୍ଟାଚାର୍ଯ୍ୟ,
ଶ୍ରୀମନ୍ତ କୁମାର ପାତ୍ର, ଆଇନଜୀବି ଶଙ୍କର ପାଣି, ଆଇନଜୀବି ପ୍ରଦୀପ୍ତ କୁମାର ପଟ୍ଟନାୟକ, ସମାଜସେବୀ ଗୀତାଞ୍ଜଳୀ ମହନ୍ତ, କଣ୍ଠଶିଳ୍ପୀ ଏମ୍. ନିଗମ, ଖୁସୀ କିରଣ, ଯୁବନେତ୍ରୀ ସଂଘମିତ୍ରା ଜେନା, ଯୁବନେତା ରାକେଶ କୁମାର ସାହୁ, ଢ଼ିଙ୍କିଆ ବିସ୍ତାପନ ଆନ୍ଦୋଳନର ମୁଖ୍ୟ ଦେବବ୍ରତ ସ୍ୱାଇଁ ପ୍ରମୋଦ କୁମାର ପଣ୍ଡା, ସୁସ୍ମିତା ବିଶ୍ୱାଳ, ଅଭିନେତ୍ରୀ ସ୍ୱତଲୀନା ଭଟ୍ଟାଚାର୍ଯ୍ୟ ପ୍ରମୁଖଙ୍କୁ ପୁଷ୍ପଚାରା,

ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜୋଳନ କରି ଉତ୍ସବକୁ ଉଦ୍ଘାଟନ କରିଥିବାବେଳେ ଓଡ଼ିଶା ସ୍ୱରାଜ ଅଭିଯାନ ରାଜ୍ୟ ଆବାହକ ସୁଧାଂଶୁ ଶେଖର ଦେଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଯୁବନେତା ଇଂ ସିଦ୍ଧାର୍ଥ ସ୍ୱରୂପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
