ଭଗବତୀ କଳା ନିକେତନ ରେ ନାଟକ ବିଭାଗ ଖୋଲିଲା

ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ବାଲୁଗାଁ ଓ ବାଣପୁର ଠାରେ ନ୍ରୃତ୍ୟ, ସଙ୍ଗୀତ ଓ ଯନ୍ତ୍ର ସଙ୍ଗୀତ ପ୍ରଶିକ୍ଷଣ ପାଇଁ ପ୍ରତିଷ୍ଠିତ ମା ଭଗବତୀ କଳା ନିକେତନ ରେ ଚଳିତ ଵର୍ଷ ଠାରୁ ନାଟକ ପ୍ରଶିକ୍ଷଣ ପାଇଁ ଏକ ବିଭାଗ ଖୋଲିଛି। ବିଶିଷ୍ଟ ଓଡ଼ିଆ ନାଟ୍ୟକାର ଓ ନିର୍ଦ୍ଦେଶକ ନାଟ୍ୟାଚାର୍ଯ୍ୟ ଭିକାରୀ ଚରଣ ପ୍ରଧାନ ଏହି ବିଭାଗ ର ଦାୟିତ୍ବ ସମ୍ଭାଳି ଛନ୍ତି ।ସୂଚନାଯୋଗ୍ୟ ଯେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଅନୁବନ୍ଧିତ ଏହି ଅନୁଷ୍ଠାନ ର ସମ୍ପାଦିକା ବିଷ୍ଣୁ ପ୍ରିୟା ବାରିକ ଙ୍କ ଆଗ୍ରହ ଓ ସଂସ୍କୃତି ସମ୍ପନ୍ନ ଅଭିଭାବକ ମାନଙ୍କ ଅନୁରୋଧ କ୍ରମେ ଏହି ବିଭାଗ ଖୋଲା ଯିବା ସହ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରଯୋଜନା ଭିତ୍ତିକ ନାଟକ ଝିଅ ଟିର ନାଁ ଅନନ୍ୟା ର ପାଣ୍ଡୁଲିପି ପୂଜା ଉତ୍ସବ ମଧ୍ୟ ଅନୁଷ୍ଠାନ ପରିସରରେ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପରିଚାଳିକା ବିଷ୍ଣୁ ପ୍ରିୟା ବାରିକ, ଓଡ଼ିଶୀ ନ୍ରୃତ୍ୟ ଗୁରୁ ହରପ୍ରିୟା ବାରିକ, ଲୋକନୃତ୍ୟ ଗୁରୁ। ଗୋବିନ୍ଦ ଚନ୍ଦ୍ର ଜାଲି, ଲଳିତ କଳା ବିଭାଗ ପ୍ରଶିକ୍ଷକ ତ୍ରିଲୋଚନ ବାରିକ, ଯନ୍ତ୍ର ସଙ୍ଗୀତ ପ୍ରଶିକ୍ଷକ ରଘୁନାଥ ମହାପାତ୍ର, ସମାଜସେବୀ ଅନନ୍ତ ଚରଣ ଖଟେଇ,ପ୍ରଭାତ କୁମାର ବେହେରା ତଥା ବହୁ ଛାତ୍ରଛାତ୍ରୀ ଅଭିଭାବକ ଅଭିଭାଭିକା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version