ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 29.12.2019 :- ଚାଷୀଙ୍କ ଜୀବିକା ସୁରକ୍ଷା ପାଇଁ ରବି ଓ ଖରିଫ୍ରେ ବର୍ଷକୁ ୧୦ ହଜାର ଲେଖାଏଁ ଟଙ୍କା ଦେବା ପାଇଁ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତିର ଖିଲାପ ପ୍ରତିବାଦରେ ନବନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ନିଜ ବିରିବନ୍ଧସ୍ଥିତ ଜଟଣୀ ସୁନ୍ଦରପଡ଼ା ରୋଡ଼ର କାର୍ଯ୍ୟାଳୟରେ ଚଳାଇଥିବା ଅନଶନ ଆଜି ଚତୁର୍ଥ ଦିନରେ ପôହଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମବୀ ନବୀନ ପଟ୍ଟନାୟକ ନିର୍ବାଚନ ପୂର୍ବରୁ ୭୦ ଲକ୍ଷ ଚାଷୀ କାଳିଆ ଯୋଜନା ପାଇବେ, ଜଣେ ବି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ଜବତ ହେବେ ନାହିଁ । କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ଓ ନିର୍ବାଚନ ଜିତିବାର ୨୪ଘ ଭିତରେ ସମସ୍ତଙ୍କ ଜନଧନ ଆକାଉଣ୍ଟକୁ୧୦ ହଜାର ଲେଖାଏଁ ଟଙ୍କା ଜମା ହେବ ବୋଲି କହିଥିଲେ । ମାତ୍ର ନିର୍ବାଚନ ପରେ ଏହି ଯୋଜନାରେ ବ୍ୟାପକ ଜାଲିଆତି ହେବା, ଅର୍ଦ୍ଧାଧିକ ଯୋଗ୍ୟ ହିତାଧିକାରୀ ଅର୍ଥ ନ ପାଇବା, କେତେକଙ୍କୁ ମେସେଜ୍ ମିଳିବା ପରେ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ନଯିବା ଭଳି ବିସଙ୍ଗତି ଘଟଣା ବ୍ୟାପକ ମାତ୍ରାରେ ଘଟିଥିଲା । ଏହା ବିରୁଦ୍ଧରେ ନବ ନିର୍ମାଣ ସଂଗଠନ ଗତ ଡ଼ିସେମ୍ବର ୧୬ ତାରିଖରେ ସମସ୍ତ ଏସ୍ପି ଅଫିସରେ ନବୀନ ପଟ୍ଟନାୟକ ବିରୁଦ୍ଧରେ ୪୦୬, ୪୦୯, ୪୧୫ ଓ ୪୨୦ ଦଫାରେ ମୋକଦ୍ଦମା କରିବା ପାଇଁ ଏତଲା ଦାୟର କରିଛି । ଏହା ପରେ ଏହି ଘଟଣାକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଜନସ୍ୱାର୍ଥ ମାମଲା ଦାୟର କରିଛି । ଏହା ପରେ ବି ନବୀନ ପଟ୍ଟନାୟକଙ୍କୁ ସତ୍ୟର ରାସ୍ତାରେ ଆଣିବା ପାଇଁ ଶ୍ରୀ କୁମାର ସତ୍ୟାଗ୍ରହ ଭାବରେ ଅନଶନ ଚଳାଇଛନ୍ତି । ଏହି ଅନଶନକୁ ରାଜ୍ୟ ବ୍ୟାପୀ କୃଷକମାନେ ସମର୍ଥନ ଜଣାଇବା ସହିତ ବିଭିନ୍ନ ·ଷୀମାନେ ଶ୍ରୀ କୁମାରଙ୍କୁ ସାକ୍ଷାତ କରିବା ପାଇଁ ଆସୁଛନ୍ତି । ଆଜିର ଅନଶନସ୍ଥଳରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହସଂଯୋଜକ ଉମାକାନ୍ତ ଭାରତ, ଡ. କୁଳମଣି, ସୁରେନ୍ଦ୍ରନାଥ ମହାରଣା, ରଣଜିତ୍ ପଟ୍ଟନାୟକ ମୟୁରଭଞ୍ଜ ପ୍ରଭାରୀ ଦୀନେଶ ଦାଶ, ସୁନ୍ଦରଗଡ଼ ପ୍ରଭାରୀ ଭରତ ସ୍ୱାଇଁ, ଢେଙ୍କାନାଳ ପ୍ରଭାରୀ ଅଶ୍ୱିନୀ ଜେନା, ବଡ଼ଗଡ଼ ସଂଗଠକ ରଞ୍ଜନ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି
କାଳିଆ ଯୋଜନା ଅର୍ଥ କାଟ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଶବ୍ଦରୁ ଓହରିଯିବା ପ୍ରତିବାଦରେ ଅକ୍ଷୟ କୁମାରଙ୍କ ଅନଶନ ଚତୁର୍ଥ ଦିନରେ

Related Content
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
by
Proprietor Abhimanyu Maharana
September 7, 2026
ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026