ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 29.12.2019 :- ଚାଷୀଙ୍କ ଜୀବିକା ସୁରକ୍ଷା ପାଇଁ ରବି ଓ ଖରିଫ୍ରେ ବର୍ଷକୁ ୧୦ ହଜାର ଲେଖାଏଁ ଟଙ୍କା ଦେବା ପାଇଁ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତିର ଖିଲାପ ପ୍ରତିବାଦରେ ନବନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ନିଜ ବିରିବନ୍ଧସ୍ଥିତ ଜଟଣୀ ସୁନ୍ଦରପଡ଼ା ରୋଡ଼ର କାର୍ଯ୍ୟାଳୟରେ ଚଳାଇଥିବା ଅନଶନ ଆଜି ଚତୁର୍ଥ ଦିନରେ ପôହଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମବୀ ନବୀନ ପଟ୍ଟନାୟକ ନିର୍ବାଚନ ପୂର୍ବରୁ ୭୦ ଲକ୍ଷ ଚାଷୀ କାଳିଆ ଯୋଜନା ପାଇବେ, ଜଣେ ବି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ଜବତ ହେବେ ନାହିଁ । କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ଓ ନିର୍ବାଚନ ଜିତିବାର ୨୪ଘ ଭିତରେ ସମସ୍ତଙ୍କ ଜନଧନ ଆକାଉଣ୍ଟକୁ୧୦ ହଜାର ଲେଖାଏଁ ଟଙ୍କା ଜମା ହେବ ବୋଲି କହିଥିଲେ । ମାତ୍ର ନିର୍ବାଚନ ପରେ ଏହି ଯୋଜନାରେ ବ୍ୟାପକ ଜାଲିଆତି ହେବା, ଅର୍ଦ୍ଧାଧିକ ଯୋଗ୍ୟ ହିତାଧିକାରୀ ଅର୍ଥ ନ ପାଇବା, କେତେକଙ୍କୁ ମେସେଜ୍ ମିଳିବା ପରେ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ନଯିବା ଭଳି ବିସଙ୍ଗତି ଘଟଣା ବ୍ୟାପକ ମାତ୍ରାରେ ଘଟିଥିଲା । ଏହା ବିରୁଦ୍ଧରେ ନବ ନିର୍ମାଣ ସଂଗଠନ ଗତ ଡ଼ିସେମ୍ବର ୧୬ ତାରିଖରେ ସମସ୍ତ ଏସ୍ପି ଅଫିସରେ ନବୀନ ପଟ୍ଟନାୟକ ବିରୁଦ୍ଧରେ ୪୦୬, ୪୦୯, ୪୧୫ ଓ ୪୨୦ ଦଫାରେ ମୋକଦ୍ଦମା କରିବା ପାଇଁ ଏତଲା ଦାୟର କରିଛି । ଏହା ପରେ ଏହି ଘଟଣାକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଜନସ୍ୱାର୍ଥ ମାମଲା ଦାୟର କରିଛି । ଏହା ପରେ ବି ନବୀନ ପଟ୍ଟନାୟକଙ୍କୁ ସତ୍ୟର ରାସ୍ତାରେ ଆଣିବା ପାଇଁ ଶ୍ରୀ କୁମାର ସତ୍ୟାଗ୍ରହ ଭାବରେ ଅନଶନ ଚଳାଇଛନ୍ତି । ଏହି ଅନଶନକୁ ରାଜ୍ୟ ବ୍ୟାପୀ କୃଷକମାନେ ସମର୍ଥନ ଜଣାଇବା ସହିତ ବିଭିନ୍ନ ·ଷୀମାନେ ଶ୍ରୀ କୁମାରଙ୍କୁ ସାକ୍ଷାତ କରିବା ପାଇଁ ଆସୁଛନ୍ତି । ଆଜିର ଅନଶନସ୍ଥଳରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହସଂଯୋଜକ ଉମାକାନ୍ତ ଭାରତ, ଡ. କୁଳମଣି, ସୁରେନ୍ଦ୍ରନାଥ ମହାରଣା, ରଣଜିତ୍ ପଟ୍ଟନାୟକ ମୟୁରଭଞ୍ଜ ପ୍ରଭାରୀ ଦୀନେଶ ଦାଶ, ସୁନ୍ଦରଗଡ଼ ପ୍ରଭାରୀ ଭରତ ସ୍ୱାଇଁ, ଢେଙ୍କାନାଳ ପ୍ରଭାରୀ ଅଶ୍ୱିନୀ ଜେନା, ବଡ଼ଗଡ଼ ସଂଗଠକ ରଞ୍ଜନ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି
କାଳିଆ ଯୋଜନା ଅର୍ଥ କାଟ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଶବ୍ଦରୁ ଓହରିଯିବା ପ୍ରତିବାଦରେ ଅକ୍ଷୟ କୁମାରଙ୍କ ଅନଶନ ଚତୁର୍ଥ ଦିନରେ

Related Content
କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା
by
Proprietor Abhimanyu Maharana
October 25, 2026
ଭକ୍ତିମୟ ପଟୁଆରରେ ମା’ ଦୁର୍ଗାଙ୍କୁ ବିଦାୟ : ଶତାଧିକ ଭକ୍ତଙ୍କ ସମାଗମରେ ମା’ଙ୍କ ଭସାଣି
by
Proprietor Abhimanyu Maharana
October 25, 2026
ସମଗ୍ର କନ୍ଧମାଳ ଜିଲ୍ଲାରେ ୨୪ ତାରିଖ ଶନିବାର ୪ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ
by
Proprietor Abhimanyu Maharana
October 25, 2026
ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ : ବିଭାଗୀୟ ବିଜ୍ଞପ୍ତି ଜାରି
by
Proprietor Abhimanyu Maharana
October 25, 2026
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ସ୍ମୃତି ସଭା
by
Proprietor Abhimanyu Maharana
October 24, 2026
ଆଇପିଏଏଫ୍ ଭୁବନେଶ୍ୱର ୨୦୨୬ ଶାସ୍ତ୍ରୀୟ, ଲୋକ କଳା ଓ ସମାବେଶୀ ପ୍ରଦର୍ଶନ ଜରିଆରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରୁଛି
by
Proprietor Abhimanyu Maharana
October 24, 2026