Home ଓଡ଼ିଶା ୯ ଦିନ ପରେ ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗିିର ଜିଲ୍ଲା କଣ୍ଟାବାଞ୍ଜି ସହର ଉପକଣ୍ଠସ୍ଥ ବନ୍ଦ ହୋଇ ପଡ଼ିଥିବା ନିଲାଂଚଳ ସିମେଂଟ ଫ୍ୟାକ୍ଟ୍ରି ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ଗଳିତ ଶବ ରବିବାର ପୋଲିସ ଉଦ୍ଧାର କରିଛି । ମିଳିତ ସୂଚନା ଅନୁସାରେ କଣ୍ଡାବାଞ୍ଜି ଥାନା ଡୁମେରଚୁଆଁ ଗ୍ରାମର କୁଞ୍ଜ ମାଝି (୧୯) ଯୁବକଟି ଗତ ୨୦ ତାରୀଖ ରାତିରୁ ଖାଉଥିବା ବେଳେ ଏକ ଫୋନ କଲ୍ ପାଇ ଘରୁ ଚାଲିଯାଇଥିଲା । ଘରୁ ଗଲା ପରେ ଫେରି ନ ଥିଲା । ଖୋଜା ଖୋଜି ପରେ ନ ପାଇବାରୁ ତାର ମାଁ ଚୁକ୍ତି ମାଝି ପୁଅର ନିଖୋଜ ନେଇ ୨୧ତାରୀଖ ଦିନ ଥାନାରେ ଏକ ଲିଖତ ଅଭିଯୋଗ କରିଥିଲା । ନିଖୋଜକୁ ନେଇ ଚୁକ୍ତି ମାଝିଙ୍କ ଅଭିଯୋଗ ଉପରେ ପୋଲିସ କେସ ନଂ. ୩୫/୨୦୫ ନିଖୋଜ ମାମଲା ରୁଜୁ କରିଥିଲା । ମାଆର ଲିଖିତ ଅଭିଯୋଗ ଉପରେ ପୋଲିସ ଖୋଜାଖୋଜି କରିବାରେ ରବିବାର ଦିନ ସିମେଂଟ ଫ୍ୟାକ୍ଟ୍ରି ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ଗଳିତ ଶବ ଭାସୁଥିବା ଖବର କୁଞ୍ଜ ଅଜା ପାଇ ପୋଲିସକୁ ଜଣାଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସଂଧାନ କରିଥିଲା। ବଲାଙ୍ଗିର ସାଇଣ୍ଡିଫିକ୍ ଟିମ, ଅଗ୍ନିଶମ ବିଭାଗ କଣ୍ଟାବାଞ୍ଜି ଏବଂ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ବିଶ୍ୱନାଥ ଖାଲକୋଙ୍କ ଉପସ୍ଥିତିରେ ଗଳିତ ଶବକୁ କୂଅରୁ ଉଦ୍ଧାର କରିଥିଲେ। ପରିବାର ଲୋକେ ଶବକୁ ଚିହ୍ନଟ ପରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଗଳିତ ଶବକୁ ସରକାରୀ ଡାକ୍ତରଖାନାରେ ସୁରକ୍ଷିତ ରଖାଯାଇଛି ଯାହା ସୋମବାର ଦିନ ସକାଳେ ଶବ ବ୍ୟବଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଏହି ଘଟଣା ଉପରେ ପୋଲିସ ଥାନା ରେ ଏକ ମାମଲା (କେସ ନଂ. ୨୩୧/୨୦୨୫) ଦଫା ୧୦୩(୧) ରୁଜୁ କରି ଅଧିକ ତଦନ୍ତ ଚଲାଇଥିବା ବେଳେ ଡୁମେରଚୁଆଁ ଗ୍ରାମର ୩ ଜଣକୁ ଅଟକ ରଖି ଅଧିକ ଅନୁସଂଧାନ ଜାରି ରହିଥିବା ଅନୁସଂଧାନ ଅଧିକାରୀ ଆଇଆଇସି ରଶ୍ମିତା ବେହେରାଙ୍କ ଠାରୁ ପ୍ରକାଶ।ପ୍ରକାଶ ଥାଉକି ମୃତକ କୁଞ୍ଜ ତୁରେକେଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ର ଦ୍ଵିତୀୟ ବର୍ଷର ଛାତ୍ର ହୋଇଥିବା ବେଳେ ତାର ବାପା ହେମନ୍ତ ମାଝି ଏକ ବର୍ଷ ପୁର୍ବରୁ ମୃତ୍ୟୁ ହୋଇଛି। ବିଧବା ମାଆର କୁଞ୍ଜ ଏକମାତ୍ର ପୁତ୍ର ସାହାରା ଥିଲା। ପୁଅର ମୃତ୍ୟୁରେ ବିଧବା ବେସାହାରା ହୋଇଥିବା ବେଳେ ଏହି ଘଟଣା ଉପରେ ଗ୍ରାମବାସୀ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ସହ ବିଧବା ମାଆକୁ ସରକାରୀ ସାହାଯ୍ୟ ପାଇଁ ଦାବୀ ଜଣାଇଛନ୍ତି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ନୟାଗଡ଼ରେ ଉଦ୍ଘାଟିତ ହେଲା ଓରମାସ୍ର ଦୀପାବଳି ଷ୍ଟଲ୍ ସ୍ଥାନୀୟ କାରିଗର ଓ ଉତ୍ପାଦକଙ୍କ ହାତତିଆରି ସାମଗ୍ରୀକୁ ମିଳିବ ବଜାର by Proprietor Abhimanyu Maharana November 6, 2026 ଚୋର ଙ୍କୁ ସାବାସୀ, ଚୋର ଧରାଳୀଙ୍କୁ କଟାକ୍ଷ ଏପରି ବିଚିତ୍ର ଘଟଣା ଦେଖିବାକୁ ମିଳୁଛି ନୟାଗଡ଼ ଜ଼ିଲା ରଣପୁର ବ୍ଲକ ଚାନ୍ଦପୁର ଅଂଚଳରେ by Proprietor Abhimanyu Maharana November 6, 2026 ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା by Proprietor Abhimanyu Maharana November 6, 2026 Phula Baula Beni (PBB 7) Celebrates Odia Language, Culture and Heritage in Sydney by Proprietor Abhimanyu Maharana November 6, 2026 Punekars, will the water shortage crisis hit..? by Proprietor Abhimanyu Maharana November 5, 2026 ଶିଶୁ କିଶୋର ପତ୍ରିକା 'କୃପାନେତ୍ର' ର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana November 5, 2026