ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଭାଷା ହେଉଛି ନନ୍ଦିଘୋଷର ସାରଥୀ।ଓଡ଼ିଆ ଭାଷାର ସମୃଦ୍ଧ ପରମ୍ପରା ରହିଛି। ଏହା ଏକ ଶାସ୍ତ୍ରୀୟ ମାନ୍ୟତା ପୂର୍ଣଭାଷା।ଯେଉଁ ଜାତିର ଭାଷା ସମୃଦ୍ଧ,ସେହି ଜାତି ସେତେ ସମୃଦ୍ଧ ଓ ଦୀର୍ଘସ୍ଥାୟୀ ବୋଲି ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଦିନିକିଆ ଭାଷା ସମ୍ପର୍କିତ ସଂପାନ ରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ଡକ୍ଟର ପ୍ରଣବାନନ୍ଦ ପାଟଯୋଶୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ପର୍ଯାୟ ଆଲୋଚନା ଚକ୍ରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ପ୍ରଫେସର ଡକ୍ଟର ସଦାନନ୍ଦ ନାୟକ ମୂଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
