ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ରାମଗିରି ଥାନା ନୁଆସାହି ର ଏକ ଘାଇରୁ କଡମାସିଂ ଗ୍ରାମର ରାମଚନ୍ଦ୍ର ନାୟକ ନାମକ ଏକ ବ୍ୟକ୍ତିଙ୍କ ହାତଗୋଡ଼ ବନ୍ଧା ମୃତଦେହ ଗତ ୨୫ ତାରିଖରେ ଉଦ୍ଧାର କରିଥିଲା ରାମଗିରି ପୋଲିସ। ହେଲେ ରାମଟନ୍ଦ୍ରକୁ କେହି ହତ୍ୟା କରି ଘାଇରେ ଫିଙ୍ଗି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ।
ସେଥି ସହ ସେହି ଗାଁ ପାଖାପାଖି କିଛି ଲୋକଙ୍କୁ ସନ୍ଦେହ କରୁଥିବା ପୋଲିସ ଆଗରେ ଅଭିଯୋଗ କରିଥିଲେ l ତାଙ୍କ ବଡ ଭାଇ ବରୁଣ। ହେଲେ ଆଜି ସୁଦ୍ଧା କାହାରିକୁ ପୋଲିସ ଗିରଫ କିବା ଅଟକ ରଖି ନଥିବା ଜାଣି କଡମାସିଂ ଗ୍ରାମର ୧୫୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଥାନାକୁ ଆସି ହୋ ହାଲ୍ଲା କରି ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।
