ଛାତ୍ର ଙ୍କୁ ମାଡ଼ ହେବାପରେ, ତାତିଲେ ଅଭିଭାବ

 ଆର,ଉଦୟଗିରି  (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ଅଧିନ କର୍ଚ୍ଚବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ସୂରଜ କୁମାର ଗୌଡ଼ଙ୍କୁ ସେହି ବିଦ୍ୟାଳୟର ପିଅନ ବୃନ୍ଦାବନ ମଳିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି l ଆଜି ସକାଳ ପ୍ରାୟ ସାଢେ ୯ ଟାରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଆସିଥିଲେ l ବିଦ୍ୟାଳୟ ଭିତରେ ଛାତ୍ର ଛାତ୍ରୀ ମାନେ ଖେଳୁଥିବା ବେଳେ ପିଅନ ବୃନ୍ଦାବନ ମଳିକ ନିଶାସକ୍ତ ଅବସ୍ଥାରେ ବାଡ଼ି ଧରି ପିଲାଙ୍କୁ ମାଡ଼ ମାରିଥିଲେ l

ଫଳରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଆହତ ହେବା ସହ ତାଙ୍କ ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଲୋଳା ପଡିଯାଇଥିବା ଦେଖିବାକୁ ମିଳିଛି l ସେତେବେଳେ ଶିକ୍ଷକ, ଶିକ୍ଷୟିତ୍ରୀ କେହି ବିଦ୍ୟାଳୟକୁ ଆସିନଥିଲେ l ଏନେଇ ଅଭିଭାବକ ମାନେ ଜାଣିବା ପରେ ଉତ୍ୟକ୍ତ ହୋଇ ବିଦ୍ୟାଳୟରେ ପହଞ୍ଚି ହୋହାଲ୍ଲା କରିବା ସହ ସମ୍ପୃକ୍ତ ପିଅନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ l ପିଅନ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବା ଅଭିଭାବକ ଓ କମିଟି ସଭାପତି ଅଭିଯୋଗ କରିଛନ୍ତି l

ଏଥିସହ ଏହି ବିଦ୍ୟାଳୟରେ ହଷ୍ଟେଲ ଥିବା ସତ୍ୱେ କୌଣସି ଶିକ୍ଷକ ଏଠାରେ ରହୁ ନଥିବା ଓ ନିଜେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମିଶ୍ର ହଷ୍ଟେଲ କଥା ବୁଝୁଥିବା କମିଟି ସଭ୍ୟ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଖବର ପାଇ ମୋହନା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି l ତଦନ୍ତ ପରେ ସମ୍ପୃକ୍ତ ପିଅନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Exit mobile version