ଦୀର୍ଘ ୧୧ ଦିନ ପରେ ରଣପୁରର ଶ୍ରୀ ଜୀଉଙ୍କ ସେବାରେ ଯୋଗ ଦେଲେ – ନନ୍ଦ ସେବାୟତ

ରଣପୁର ଓଡ଼ିଶାର ଚକାଶିଳାକ୍ଷେତ୍ର ରୂପେ ପରିଚିତ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରଣପୁର ଓଡ଼ିଶାର ଚକାଶିଳାକ୍ଷେତ୍ର ରୂପେ ପରିଚିତ । ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତ ମାନେ ୧୧ ଦିନ ଧରି ଅଶୌଚ ଥିବାରୁ ଶ୍ରୀ ଜୀଉ ଙ୍କ ମନ୍ଦିର ପୂଜା କରିପାରିନଥିଲେ ଓ ଠାକୁର ଙ୍କ ଅଣସର ସେବାରୁ ବଞ୍ଚିତ ଥିଲେ ।ଆଜି ମଧ୍ୟାହ୍ନ ରେ ‘ନନ୍ଦ’ ସେବାୟତ ମାନଙ୍କ ର ଅଶୌଚ ସମାପ୍ତି ହେଲା ଓ ନନ୍ଦ ସେବାୟତ ମାନେ ନୂତନ ପଇତା ପିନ୍ଧି ସୁଦ୍ଧପୂତ ଭାବେ ସମବେତ ହୋଇ ଶ୍ରୀଜୀଉ ଙ୍କ ସେବା କାର୍ଯ୍ୟ କରିବା ପାଇଁ ଶ୍ରୀଜୀଉ ଙ୍କ ମନ୍ଦିର ରେ ପ୍ରବେଶ କରିଥିଲେ ।ଆସନ୍ତାକାଲି ଗୁଣ୍ଡିଚା ନୀତି, ମନ୍ଦିରର ନିତୀକାନ୍ତି, ବାହୁଡା଼ ଯାତ୍ରା ନିତୀକାନ୍ତି, ବାହୁଡା଼ ଯାତ୍ରା ପ୍ରସ୍ତୁତି ଓ ନୀଳାଦ୍ରି ବିଜେ ନୀତି ଇତ୍ୟାଦି ସୂଚାରୁ ରୁପେ ସମାପନ କରାଯିବ । ନନ୍ଦ ବଂଶଜ ସେବାୟତ ମାନେ ଶ୍ରୀ ଜୀଉଙ୍କ ସେବାରେ ଆଜି ଯୋଗଦାନ କରିଥିବାରୁ ମନ୍ଦିର ପ୍ରଶାସନ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

 

Exit mobile version