ଗୋପାଳପୁର ଏବଂ ଉରାଳୀ ବିଜେପି ମଣ୍ଡଳ ପକ୍ଷରୁ ଡିଜାଇନ୍ ପ୍ୟାଲେସ ଠାରେ ମନକୀ ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :-  କଟକ ସଦର ନିର୍ବାଚନମଣ୍ଡଳୀର ଜରିପଡା ସ୍ଥିତ ଡିଜାଇନ୍ ପ୍ୟାଲେସ ଠାରେ ରବିବାର ଦିନ ଗୋପାଳପୁର ଏବଂ ଉରାଳୀ ବିଜେପି ମଣ୍ଡଳ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ମନକୀ ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଦ୍ରିନାରାୟଣ ପଟ୍ଟନାୟକ ସଭାମଞ୍ଚ ପରିଚାଳନା କରିଥିଲେ । ଏଥିରେ କଟକ ଲୋକସଭା ସଦସ୍ୟ ଭତ୍ତୃହରି ମହତାବ ମୁଖ୍ୟ ଅତିଥି, ରାଜ୍ୟ ବିଜେପି ଉପସଭାପତି ଖୋଲଖ ମହାପାତ୍ର ମୁଖ୍ୟ ବକ୍ତା ,

କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ଵାଳ, ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ, କଟକ ନଗର ବିଜେପି ‌ଉପ‌ ସଭାପତି ସ୍ଵାଧୀନ ଚେତା ମହାନ୍ତି, ବିଶ୍ଵ ଭୁଷଣ ବେଉରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ରାଜ୍ୟ ରେ ବିଜେପି ସରକାର ଆସିବାପରେ ୨୪ ବର୍ଷ ମଧ୍ୟରେ ବିରୋଧି ବିଜେଡି ସରକାରର ଯାହା କରିନଥିଲା ,ବର୍ଷକ ମଧ୍ୟରେ ମୋହନ ସରକାର ଅନେକ କାର୍ଯ୍ୟ କରିପାରିଛି ।

ଯେଉଁ ସବୁ ପ୍ରତିଶୃତି ଦିଆଯାଇଛି ତାହା ବିଜେପି ସରକାର ପୁରଣ କରିବ । ସେହିପରି ପ୍ରଧାନମନ୍ତ୍ରୀ ଙ୍କ ମନର କଥାକୁ ଲୋକଙ୍କ ପାଖରେ ପହଞ୍ଚେଇବା ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିପରି ଲୋକେ ପାଇପାରିବେ ସେନେଇ ବିଜେପିର ମଣ୍ଡଳ କର୍ମକର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ପ୍ରତ୍ୟେକ ବିଜେପି କର୍ମୀ ସରକାର ଙ୍କ ଯୋଜନା ସଂପର୍କରେ ଗ୍ରାମକୁ ଯାଇ ପ୍ରତ୍ୟେକ ଲୋକଙ୍କୁ ବୁଝାଇବା ର ଆବଶ୍ୟକତା ରହିଛି ।

ସେହିପରି ଲୋକ ଲୋଚନକୁ ଆସି ପାରୁନଥିଵା ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ମନର କଥାକୁ କାର୍ଯ୍ୟରେ ଲଗାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ମା’ଙ୍କ ଉଦେଶ୍ୟ ରେ ଗୋଟିଏ କିମ୍ବା ଉର୍ଦ୍ଧ ଗଛ ନିଜ ବାଡ଼ିରେ ହେଉ କିମ୍ବା ଖାଲିପଡ଼ିଥିବା ସ୍ଥାନରେ ଲଗାଇବା ପାଇଁ ଶପଥ କରନ୍ତୁ ବୋଲି କହିଥିଲେ ।

ଏଥି ସହିତ ବିଜେପି ଦଳ ଆଗାମୀ ଦିନରେ କିଭଳି ଆଗକୁ ଯିବ ସେନେଇ ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ସମସ୍ତେ ମିଶି କାର୍ଯ୍ୟ କଲେ ଦଳ ଆଗକୁ ବଢିପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ମଣ୍ଡଳ ବିଜେପି ସଭାପତି ନିହାର ରଞ୍ଜନ ପଣ୍ଡା, କର୍ପୋରେଟର ଲିପ୍ସା ନାୟକ,

ପ୍ରତାପ ରାଉତରାୟ,, ପ୍ରମୋଦ ଓଝା , ଶିବ ପ୍ରସାଦ ପୃଷ୍ଟିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତାଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଧୃବଚରଣ ବେହେରା, ମନୋଜ ପଟ୍ଟନାୟକ, ସରୋଜ ପଟ୍ଟନାୟକ, ଅନାମ ଚରଣ ନାୟକ ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ ।

Exit mobile version