ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ପଚା ଖାଦ୍ୟ ଯଥା ବାସୀ ବିରିୟାନୀ ଦେବା ଯୋଗୁଁ ଏମକେ ରେଷ୍ଟରୁଣ୍ଟକୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜରିମାନା ଦେବାକୁ ନିର୍ଦେଶ ଦେବା ସହ ହୋଟେଲ ମାଲିକକୁ ଆଗାମୀ ଦିନରେ ଏଭଳି ପଚା ଖାଦ୍ୟ ପ୍ରଦାନ ନ କରିବା ପାଇଁ ତାଗିଦ କରାଯାଇଛି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ସହରର ପୁରୁଣାପାଟଣା ରାସ୍ତାରେ ଥିବା ଏମକେ ହୋଟେଲକୁ ସହରର ବରିଷ୍ଠ ନାଗରିକ ରାଜେନ୍ଦ୍ର ବେହେରା ଚିକେନ ବିରିୟାନୀ ଅର୍ଡର କରି ଘରକୁ ଆଣିଥିଲେ. ଘରେ ବିରିୟାନୀ ପ୍ୟାକେଟ ଖୋଲି ଖାଇବା ବେଳେ ଦୁର୍ଗନ୍ଧ ହୋଇଥିଲା l
