ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି ଦିବସରେ ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅନୁପ ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ ପରିସଂଖ୍ୟାନ ବିଭାଗ ବ୍ରହ୍ମପୁର ଶ୍ରୀଯୁକ୍ତ କୁଳମଣୀ ରାଉତ ଓ ସହକାରୀ ଉପନିର୍ଦ୍ଦେଶକ ପରିସଂଖ୍ୟାନ ବିଭାଗ ଗଜପତି ଶ୍ରୀଯୁକ୍ତ ପ୍ରକାଶ ରାଉତ ଓ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଶାସିତ ମହାବିଦ୍ୟାଳୟ ଅର୍ଥନୈତିକ ଅଧ୍ୟାପକ ଶ୍ରୀ ସଞ୍ଜୟ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ।
