Home ଓଡ଼ିଶା ଗଜପତିରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ପିଅନଙ୍କ ମାଡ଼, ତାତିଲେ ଅଭିଭାବକ – ସ୍କୁଲରେ ପଡିଲା ତାଲା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ଜଣେ ନିଶାସକ୍ତ ପିଅନଙ୍କ ମାଡ଼ରେ ପ୍ରଥମ ଶ୍ରେଣୀର ଜଣେ ଛାତ୍ର ଆହତ ହୋଇଛନ୍ତି. ଘଟଣା ନେଇ ଅଭିଭାବକଙ୍କ ଠାରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇବା ସହ ଅଭିଭାବକମାନେ ସମ୍ପୃକ୍ତ ସ୍କୁଲକୁ ଘେରିବା ସହ ସ୍କୁଲରେ ତାଲା ପକାଇ ଦେଇଥିବା ସୂଚନା ମିଳିଛି. ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡ଼ି ଗ୍ରାମରେ ରହିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କୁ ସେହି ବିଦ୍ୟାଳୟର ପିଅନ ମାଡ଼ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଗତକାଲି ସକାଳ ପ୍ରାୟ ସାଢେ ୯ ଟାରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିଥିଲେ l ବିଦ୍ୟାଳୟ ଭିତରେ ଛାତ୍ରଛାତ୍ରୀ ମାନେ ଖେଳୁଥିବା ବେଳେ ପିଅନ ବୃନ୍ଦାବନ ମଳିକ ନିଶାସକ୍ତ ଅବସ୍ଥାରେ ଏକ ବାଉଁଶ ବାଡ଼ି ଧରି ପିଲାଙ୍କୁ ମାଡ଼ ମାରିଥିଲେ l ଫଳରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ସୂରଜ କୁମାର ଗୌଡ଼ (୭) ଆହତ ହେବା ସହ ତାଙ୍କ ହାତ, ପିଠି ଓ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଲୋଳା ପଡିଯାଇଥିବା ଦେଖିବାକୁ ମିଳିଛି l ସେତେବେଳେ ଶିକ୍ଷକ, ଶିକ୍ଷୟିତ୍ରୀ କେହି ବିଦ୍ୟାଳୟ କୁ ଆସିନଥିଲେ l ଏନେଇ ଛାତ୍ର ଜଣକ ପରିବାର ଲୋକଙ୍କୁ କହିବା ପରେ ଗ୍ରାମର ଅନ୍ୟ ଅଭିଭାବକମାନେ ଜାଣିବା ପରେ ଉତ୍ୟକ୍ତ ହୋଇ ବିଦ୍ୟାଳୟରେ ପହଞ୍ଚି ହୋହାଲ୍ଲା କରିବା ସହ ସମ୍ପୃକ୍ତ ପିଅନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ l ପିଅନ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି l ଦୀର୍ଘ ୧୨ ବର୍ଷ ଧରି ଏହି ବିଦ୍ୟାଳୟରେ ପିଅନ ଜଣକ ରହି ଆଡ୍ଡା ଜମାଇବା ସହ ସର୍ବଦା ନିଶାସକ୍ତ ଅବସ୍ଥାରେ ରହୁଥିବା ଏବଂ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଆଦିବାସୀ ପିଲାଙ୍କ ପାଇଁ ୪୦ ଶର୍ଯ୍ୟା ବିଶିଷ୍ଟ ହଷ୍ଟେଲ ରହିଥିବା ସତ୍ୱେ କୌଣସି ଶିକ୍ଷକ ଛୁଟି ଦିନରେ ଏବଂ ରାତିରେ ଏଠାରେ ରହୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମିଶ୍ର ହଷ୍ଟେଲ ଦାୟିତ୍ଵରେ ରହିଥିଲେ ମଧ୍ୟ କମିଟିର ପରାମର୍ଶ ନନେଇ ସବୁକିଛି ନିଜେ ବୁଝନ୍ତି ବୋଲି କମିଟିର କିଛି ସଦସ୍ୟ ଓ ଅବିଭାବକମାନେ ଅଭିଯୋଗ କରିଛନ୍ତି । ଘଟଣାର ଖବର ପାଇ ମୋହନା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା ଓ ସିଆରସିସି କୃଷ୍ଣ ପାଲାକା ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି । ଏସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ବିଇଓ । ଅପରପକ୍ଷେ ତଦନ୍ତ ପରେ ସମ୍ପୃକ୍ତ ପିଅନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡ଼ିଓ ରାଜୀବ କୁମାର ଦାସ କହିଛନ୍ତି l ଶିକ୍ଷା ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ କୁମାର ବେହେରର୍ଦ୍ଦଳାଇ ବିଦ୍ୟାଳୟର ପିଅନ ସର୍ବଦା ନିଶାସକ୍ତ ହୋଇ ରହିବା ଫଳରେ ନାନା ସମସ୍ୟା ଉପୁଜୁଥିବା ଏବଂ ପଦସ୍ଥ ଅଧିକାରୀଙ୍କୁ ଏ ସଂପର୍କରେ ଜଣାଇଁ ଥିବା କହିଛନ୍ତିି । ନିଶାସକ୍ତ ହୋଇ ପିଲାଙ୍କୁ ମାଡ଼ ମାରିଥିବା ନିଜେ ବିଦ୍ୟାଳୟର ପିଅନ ତଥା ରୋଷେୟା ବୃନ୍ଦାବନ ଗୌଡ଼ ସ୍ୱୀକାର କରିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026