ପୁରୀ ରଥଯାତ୍ରାକୁ ଡକାଇ ସାମ୍ବାଦିକଙ୍କୁ ଆକ୍ରମଣ : ରଥଯାତ୍ରା ପରିଚାଳନାରେ ସରକାରୀ ବିଫଳତା – ପ୍ରତିବାଦରେ ସିପିଆଇ ଓ ବିକେଏମ୍‌ୟୁ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସାମ୍ବାଦିକମାନଙ୍କୁ ଡକାଇ ତାଙ୍କ ଉପରେ ଆକ୍ରମଣ କରିବା, ରଥାଯାତ୍ରା ପରିଚାଳନାରେ ସରକାରଙ୍କ ପକ୍ଷରୁ ଗୁରୁତର ବିଭ୍ରାଟ, ୧୦ହଜାରରୁ ଅଧିକ ଆର୍‌ଏସ୍‌ଏସ୍‌ର ଗୁଣ୍ଡା ବାହିନୀକୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରବେଶ ଓ ରଥପାଶ୍ୱର୍କୁ ଯିବା ପାଇଁ ସ୍ୱତନ୍ତ୍ର ପାସ୍ ଦେଇ ମନ୍ଦିର ଓ ରଥଯାତ୍ରାରେ ଗୁରୁତର ବିଭ୍ରାଟ ଘଟାଇବା,

ଶିଳ୍ପପତି ଗୌତମ ଆଦାନୀଙ୍କ ପୁରୀ ଆଗମନ ପାଇଁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ୨୧ଘ ରୁ ଅଧିକ ସମୟ ଅଟକ ରଖିବା ଜନିତ ଅହେତୁକ ବିଳମ୍ବରୁ ଦଳାଚକଟାରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ଓ ଘଟଣା ଘଟାଇଥିବା ବିଜେପି ସରକାରଙ୍କ ଅପାରଗତା ପ୍ରତିବାଦରେ ତଥା ଆଦାନୀଙ୍କ ପାଇଁ ନନ୍ଦିଘୋଷ ଅଟକ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିକରି ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ କ୍ଷେତ ମଜଦୂର ୟୁନିୟନ୍ ପକ୍ଷରୁ ଭୁବନେଶ୍ୱରଠାରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।

ଏହି ବିକ୍ଷୋଭରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ, ବିକେଏମ୍‌ୟୁର ରାଜ୍ୟ ସମ୍ପାଦକ ସୁର ଜେନା, ସିପିଆଇ ଅଞ୍ଚଳ ସହ ସମ୍ପାଦକ କୈଳାସ ପୁହାଣ, ଡାକ ହେମ୍ରମ୍‌, ଶଙ୍କର ବାରିକ, ଶରତ ସ୍ୱାଇଁ, ଶିବ ବେହେରା, ପଞ୍ଚାନନ ସାହୁ, ସର୍ବେଶ୍ୱର ମାର୍ଥା, ମିନତୀ ହେମ୍ରମ୍‌, ରମେଶ ନାୟକ ଓ ମନୋଜ ବାରିକ ପ୍ରମୁଖ ନେତୃତ୍ୱ ନେଇଥିଲେ । ଏହା ପୂର୍ବରୁ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରା ବାହାରି ବିକ୍ଷୋଭ ସ୍ଥଳରେ ପହଁଚିଥିଲା ।  

Exit mobile version