ହଜାର ହଜାର ସଂଖ୍ୟାରେ ସନ୍ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଚଳିତ ବର୍ଷ ଐଶ୍ୱରୀୟ ଯାତ୍ରାରେ ଭକ୍ତମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି l
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ରଥଯାତ୍ରା ଭାରତର ଅନ୍ୟତମ ସର୍ବାଧିକ ପୂଜ୍ୟ ଆଧ୍ୟାତ୍ମିକ ଉତ୍ସବ ହୋଇଛି- ଏହା ଏହିଭଳି ଏକ ମୁହୂର୍ତ୍ତ ଯେତେବେଳେ ଲକ୍ଷ ଲକ୍ଷ ଲୋକ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥ ପଛେ ପଛେ ଏକାନ୍ତ ବିଶ୍ୱାସର ସହିତ ଏକତ୍ର ଚାଲିଥାନ୍ତି । ସନ୍ଫିଷ୍ଟ ମାରୀ ଲାଇଟ୍ ଚଳିତ ବର୍ଷ ଏହି ଚିରନ୍ତନ ପରମ୍ପରାକୁ ଏକ ଚିନ୍ତନଶୀଳ ଢଙ୍ଗରେ ସମର୍ଥନ କରୁଛି । ଋଥଯାତ୍ରା ସମୟରେ ତୀର୍ଥଯାତ୍ରୀମାନେ ପ୍ରଖର ସୂର୍ଯ୍ୟକିରଣକୁ ଦୀର୍ଘ ସମୟ ସହ୍ୟ କରୁଥିବାବେଳେ, ସନ୍ଫିଷ୍ଟ ସୂର୍ଯ୍ୟ ବରଦାନ ଏକ ଆଶ୍ୱସ୍ତି ଏବଂ ଶ୍ରଦ୍ଧାର ପ୍ରତୀକ ଭାବରେ ଉଭା ହୋଇଛି ।
ବ୍ରାଣ୍ଡ୍ ଏକ ଶୀତଳ ଅନୁଭୂତି ପ୍ରଦାନକାରୀ- ସୂର୍ଯ୍ୟ ବରଦାନ ଟୋପି ଉନ୍ମୋଚନ କରିଛି ଯେଉଁଥିରେ ବିଶ୍ୱାସଭାବ ଏବଂ ସୂର୍ଯ୍ୟଙ୍କର ଆଶୀର୍ବାଦ ଅନ୍ତର୍ନିବେଶ ହୋଇଛି । ଏହି ଟୋପି ଚନ୍ଦନ କାଠରେ ଏକ ସ୍ୱତନ୍ତ୍ର ମେନ୍ଥୋଲ ଆସ୍ତରଣ ସହିତ ପ୍ରସ୍ତୁତ କରାଯାଇଛି । ସୂର୍ଯ୍ୟ କିରଣ ସନ୍ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଉପରେ ପଡିଲେ ତାହା ଟୋପିରେ ମେନ୍ଥୋଲର ଶୀତଳିକରଣ ପ୍ରକ୍ରିୟାକୁ ସକ୍ରିୟ କରିଥାଏ । ସେଥିପାଇଁ ଗରମ ଅନୁଭବ କରିବା ପରିବର୍ତ୍ତେ ସୂର୍ଯ୍ୟ କିରଣ ଆପଣଙ୍କୁ ଶୀତଳ ଅନୁଭବ ପ୍ରଦାନ କରିବ ଏବଂ ସେହି ସମୟରେ ଆପଣ ଚନ୍ଦନକାଠର ଶାନ୍ତି ପ୍ରଦାନକାରୀ ସୁଗନ୍ଧର ଅନୁଭୂତି ପାଇପାରିବେ ଏବଂ ଏହା ଭକ୍ତମାନଙ୍କୁ ଭକ୍ତିରସରେ ପରିପୂର୍ଣ୍ଣ ଏକ ଥଣ୍ଡା ମସ୍ତିଷ୍କ ସହିତ ନୈସର୍ଗିକ ଯାତ୍ରାରେ ଆଗେଇନେବ ।
